ଓଡିଶା

odisha

ETV Bharat / bharat

ବିଲ୍ଡିଂରେ ଲାଗିଲା ନିଆଁ, 5 ଆହତ - ମହାରାଷ୍ଟ୍ରର କାମଠୀପୁରାର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ରର ମୁମ୍ବାଇ ନିକଟସ୍ଥ କାମଠୀପୁରାର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ। ଏହି ଘଟଣାରେ 5 ଜଣ ଆହତ ହୋଇଥିବା ଜଣାପଡିଛି।

ବିଲ୍ଡିଂରେ ଲାଗିଲା ନିଆଁ, 5 ଆହତ
ବିଲ୍ଡିଂରେ ଲାଗିଲା ନିଆଁ, 5 ଆହତ

By

Published : Jan 6, 2020, 12:18 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇର କାମଠୀପୁରାରେ ଅଗ୍ନିକାଣ୍ଡ। ଏହି ଅଞ୍ଚଳର ଥିବା ଏକ ବିଲ୍ଡିଂର ଦ୍ବିତୀୟ ଫ୍ଲୋରରେ ଅଗ୍ନିକାଣ୍ଡ ହୋଇଛି। ଏ ଘଟଣାରେ 5 ଜଣ ଆହତ ହୋଇଥିବା ବେଳେ ଅନେକ ଧନସମ୍ପତ୍ତି ନଷ୍ଟ ହୋଇଛି। ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିକାଣ୍ଡରେ ସମସ୍ତ ଆହତଙ୍କୁ ନିକଟ ସ୍ଥଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ନିଆଁ ଲିଭା କାର୍ଯ୍ୟରେ 4ଟି ଦମକଳ ଗାଡି ଏବଂ 3ଟି ପାଣି ଟ୍ୟାଙ୍କର ନିୟୋଜିତ ହୋଇଥିଲା। ଶେଷରେ ଏ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି।

ବିଲ୍ଡିଂରେ ଲାଗିଲା ନିଆଁ, 5 ଆହତ

ABOUT THE AUTHOR

...view details