ଓଡିଶା

odisha

ETV Bharat / bharat

ନକଲି ନୋଟ କାରବାର: କ୍ରାଇମବ୍ରାଞ୍ଚ ହାତରେ 5 ଅଭିଯୁକ୍ତ

ନକଲି ନୋଟ କାରବାରର ପର୍ଦ୍ଦାଫାଶ। କ୍ରାଇମବ୍ରାଞ୍ଚ ହାତରେ 5 ଅଭିଯୁକ୍ତ। ଗୁଜୁରାଟ ସୁରଟର ଘଟଣା । ଆଗକୁ ପଢନ୍ତୁ...

ନକଲି ନୋଟ କାରବାର

By

Published : Nov 25, 2019, 11:43 AM IST

ଗାନ୍ଧୀନଗର: ଗୁଜୁରାଟ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ ସଫଳତା । ପ୍ରାୟ 1.26 କୋଟିର ନକଲି ନୋଟ ସହ 5 ଅଭିଯୁକ୍ତ ଗିରଫ । ଏହି ବ୍ୟବସାରେ ଜଣେ ମନ୍ଦିର ପୂଜାରୀ ମଧ୍ୟ ସାମିଲ ରହିଛି । ଗୁଜୁରାଟ ସୁରଟରୁ ଧରାପଡିଛି ଏହି ଗ୍ୟାଙ୍ଗ ।

ନକଲି ନୋଟ କାରବାର

ଜାଲ ନୋଟ କାରବାର ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ନକଲି ନୋଟ ତିଆରି କରୁଥିବା ସ୍ଥାନରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ନଗଦ 4.06 ଟଙ୍କା, 35 ହଜାର ଟଙ୍କା ମୂଲ୍ୟର ମୋବାଇଲ ଫୋନ, 5 ଲକ୍ଷ ଟଙ୍କାର କାର ଜବତ ହୋଇଛି । ଗିରଫ ଅଭିଯୁକ୍ତ ଅମବଭ ଅଞ୍ଚଳରେ ଥିବା ସ୍ବାମୀନାରାୟଣ ମନ୍ଦିର ପରିସରରେ ଏହି କାରବାର ଚଳାଇଥିଲେ । ପୂର୍ବରୁ ସେମାନଙ୍କ ନାଁରେ ଏକାଧିକ ମାମଲା ଥିବା ଜଣାପଡିଛି ।

ABOUT THE AUTHOR

...view details