ଓଡିଶା

odisha

ମାନସିକ ଅବସାଦ ଦୂର କରିବ 5 ଖାଦ୍ୟ

By

Published : Jul 9, 2020, 6:35 PM IST

ବର୍ତ୍ତମାନ ଯୁବପିଢିଙ୍କ ନିକଟରେ ମାନସିକ ଚାପ ଅଧିକ ଦେଖିବାକୁ ମିଳିଛି । ଏହାକୁ ଦୂର କରିବା ପାଇଁ ଉପଯୁକ୍ତ ଖାଦ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଧିକ ପଢନ୍ତୁ...

ମାନସିକ ଅବସାଦ ଦୂର କରିବ 5ଟି ଖାଦ୍ୟ
ମାନସିକ ଅବସାଦ ଦୂର କରିବ 5ଟି ଖାଦ୍ୟ

ହାଇଦ୍ରାବାଦ: ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ କେବଳ କାମର ପ୍ରେସର ଆଉ ମାନସିକ ଚାପ । ଏହା ଆଧୁନିକ ଜୀବନଶୈଳୀର ଏକ ସାଧାରଣ କଥା ପାଲଟିଛି । ଛୋଟ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଚାପର ସମ୍ମୁଖୀନ ହେଉଛନ୍ତି । ଆଉ ଏହି ଲକଡାଉନ ଚାପକୁ ଆହୁରି ଦ୍ବିଗୁଣିତ କରିଛି । ଯାହାକୁ ନେଇ ଅନେକ ଯୁବପିଢି ଭୁଲ ପଦକ୍ଷେପ ମଧ୍ୟ ନେଉଛନ୍ତି ।

ତେବେ ଏପରି ସମୟ ସମୟରେ ପରସ୍ଥିତି ସହ ଲଢିବା ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ । ପ୍ରଥମେ ମନକୁ ଶାନ୍ତ କରି ସବୁ କାମ କରିବାକୁ ହେବ । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଆବଶ୍ୟକ । ଆଉ ଖାଦ୍ୟ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସେମିତି କିଛି ଖାଦ୍ୟ ସମ୍ପର୍କରେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ଖାଇବା ଦ୍ବାରା ଆପଣଙ୍କ ମସ୍ତିଷ୍କ ଥଣ୍ଡା ରହିବା ସହ ମାନସିକ ସ୍ତରରେ ଶାନ୍ତ ରହିବେ ।

ବାଦାମ

ବାଦାମ ଓମେଗା 3ର ଏକ ମୁଖ୍ୟ ଅଂଶ । ଓମେଗାର ଫ୍ୟାଟି ଏସିଡ୍ ମସ୍ତିଷ୍କ ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଏହା ଆମ ଶରୀରରେ ଏହା ଆପେ ଆପେ ତିଆରି ହୋଇପାରିବ ନାହିଁ । ତେଣୁ ଏହାକୁ ଆମକୁ ଖାଦ୍ୟ ମାଧ୍ୟମରେ ଗ୍ରହଣ କରିବା ବାଧ୍ୟତାମୂଳକ । ଓମେଗା 3 ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଉଦାସୀନତାର ଦୂର ହେବାସହ ମନ ଫୂର୍ତ୍ତି ରହିଥାଏ ।

ଅଣ୍ଡା

ଅଣ୍ଡା ଆମିନୋ ଏସିଡ୍ ଟ୍ରାଇପଟୋଫାନର ପାଇବାର ଏକ ମୁଖ୍ୟ ସ୍ରୋତ । ସେରୋଟୋନିନ୍ ଆପଣଙ୍କ ମସ୍ତିଷ୍କରେ ଏକ ନ୍ୟୁରୋଟ୍ରାନ୍ସମିଟର ଅଟେ ଯାହା ଆପଣଙ୍କୁ ଖୁସି ରଖିଥାଏ । ତେବେ ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ଏହା ଆପଣଙ୍କ ମନୋବଳକୁ ବଢାଇବାରେ ସାହାଯ୍ୟ କରିଥାଏ ।

ମାଛ

ବିଶେଷ ଭାବରେ ମାଛ ହେଉଛି ଭିଟାମିନ୍ ଡି ଏବଂ ଓମେଗା 3 ଫ୍ୟାଟି ଏସିଡର ଏକ ମୁଖ୍ୟା ଉତ୍ସ । ହାଡକୁ ମଜବୁତ୍ ଏବଂ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭିଟାମିନ୍ ଡି ନିହାତି ଆବଶ୍ୟକ । ଶରୀରରେ ଭିଟାମିନ୍ ଡିର ଅଭାବ ଉଦାସୀନତାର କାରଣ ହୋଇପାରେ । ଭିଟାମିନ୍ ଡି ପାଇବର ଏକ ମୁଖ୍ୟ ଉତ୍ସ ହେଉଛି ସୂର୍ଯ୍ୟକିରଣ । ମାତ୍ର ଆମର ବିଗିଡି ଯାଇଥିବା ଲାଇଫଷ୍ଟାଇଲ କାରଣରୁ ଆମ ଶରୀରରେ ଅନେକ ସମୟରେ ଭିଟାମିନ୍ ଡିର ଅଭାବ ଦେଖାଦିଏ । ଯାହା ମାଛ ଖାଇବା ଦ୍ବାରା ଦୂର ହୋଇଥାଏ ।

କାଜୁ

କାଜୁ ଜିଙ୍କର ଏକ ମୁଖ୍ୟ ଉତ୍ସ । ଶରୀରରେ ଜିଙ୍କର ଅଭାବ ଅବସାଦର କାରଣ ହୋଇପାରେ । ତେଣୁ କାଜୁ ବାଦାମ ଖାଇବା ଦ୍ବାରା ମନ ଖୁସି ରହିଥାଏ ।

କ୍ଷୀର

କଦଳୀ କିମ୍ବା ବାଦାମ ସହିତ ରାତିରେ ଗରମ କ୍ଷୀର ପିଇବା ଦ୍ବାରା ଆପଣଙ୍କ ମନକୁ ଶାନ୍ତି ମିଳିଥାଏ । ଏହା ଆପଣଙ୍କୁ ଆରାମ ନିଦ୍ରା ମଧ୍ୟ ପ୍ରଦାନ କରେ । କ୍ଷୀର ହେଉଛି ଆମିନୋ ଏସିଡ୍ ଟ୍ରାଇପଟୋଫାନର ଉତ୍ସ ଯାହା ସେରୋଟୋନିନ୍ ଉତ୍ପାଦନରେ ସାହାଯ୍ୟ କରିଥାଏ ଏବଂ ଏହିପରି ଆପଣଙ୍କ ମନୋବଳକୁ ନିୟନ୍ତ୍ରଣ କରିଥାଏ |:

ABOUT THE AUTHOR

...view details