ଓଡିଶା

odisha

ETV Bharat / bharat

ମଦୁରାଇ ବାଣ କାରଖାନାରେ ଅଗ୍ନିକାଣ୍ଡ, 5 ମୃତ - ମଦୁରାଇ ବାଣ କାରଖାନା

ମଦୁରାଇର କାଲ୍ଲୁପଟ୍ଟି ଅଞ୍ଚଳରେ ଥିବା ଏକ ବାଣ ତିଆରି କାରଖାନାରେ ନିଆଁ ଲାଗିଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ମଦୁରାଇ ବାଣ କାରଖାନାରେ ଅଗ୍ନିକାଣ୍ଡ, 5 ମୃତ
ମଦୁରାଇ ବାଣ କାରଖାନାରେ ଅଗ୍ନିକାଣ୍ଡ, 5 ମୃତ

By

Published : Oct 23, 2020, 6:55 PM IST

ମଦୁରାଇ: ତାମିଲନାଡୁରେ ବଡ ଧରଣର ଅଗ୍ନିକାଣ୍ଡ । ମଦୁରାଇର କାଲ୍ଲୁପଟ୍ଟି ଅଞ୍ଚଳରେ ଥିବା ଏକ ବାଣ ତିଆରି କାରଖାନାରେ ନିଆଁ ଲାଗିଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଗ୍ନିକାଣ୍ଡ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଥିବା ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସକର୍ମୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଆମ୍ବୁଲାନ୍ସ ଯୋଗେଁ ଗୁରୁତର ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।

ଏହାପୂର୍ବରୁ ସେପ୍ଟେମ୍ବର 7ରେ ତାମିଲନାଡୁ କୁଡାଲୋରରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୭ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଆଗକୁ ଦୀପାବଳି ଆସୁଥିବା ବେଳେ ସଜାଇହେବ ବାଣ ମାର୍କେଟ । ତେବେ ଏନେଇ କାରଖାନାଗୁଡିକରେ ମଧ୍ୟ ବାଣ ତିଆରି କାର୍ଯ୍ୟ ଜୋରସୋରରେ ଚାଲିଛି । ଏପରିସ୍ଥିତିରେ ଅସବଧାନତା ଯୋଗୁଁ ବାଣ କାରଖାନାରେ ଅଗ୍ନିକାଣ୍ଡ ନେଇ ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା ।

ABOUT THE AUTHOR

...view details