ଓଡିଶା

odisha

ETV Bharat / bharat

ପୁଣି ଲଜ୍ଜିତ ହେଲା ପାକ୍‌, 2 ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା କରିବା ଷଡଯନ୍ତ୍ର ବିଫଳ - united nations

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ପୁଣିଥରେ ଲଜ୍ଜିତ ହେବାକୁ ପଡିଛି । ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ପାକିସ୍ତାନ ସୁରକ୍ଷା ପରିଷଦକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲା ​​। ଯାହାକୁ ସୁରକ୍ଷା ପରିଷଦ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡିଛି ।

ପୁଣି ଲଜ୍ଜିତ ହେଲା ପାକ୍‌, 2 ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା କରିବା ଷଡଯନ୍ତ୍ର ବିଫଳ
ପୁଣି ଲଜ୍ଜିତ ହେଲା ପାକ୍‌, 2 ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା କରିବା ଷଡଯନ୍ତ୍ର ବିଫଳ

By

Published : Sep 3, 2020, 5:17 PM IST

ନୂଆଦିଲ୍ଲୀ: ପାକିସ୍ତାନ ନିଜର ଭାରତ ବିରୋଧି ମନୋଭାବରୁ ପଛକୁ ହଟୁନାହିଁ । ପାକିସ୍ତାନ ବାରମ୍ବାର ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତ ବିରୋଧରେ ଅପପ୍ରଚାର କରିବାକୁ ଚେଷ୍ଟା କରୁଛି ଏବଂ ବାରମ୍ବାର ଲଜ୍ଜିତ ହେଉଛି । ତେବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ପୁଣିଥରେ ଲଜ୍ଜିତ ହେବାକୁ ପଡିଛି । ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ପାକିସ୍ତାନ ସୁରକ୍ଷା ପରିଷଦକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲା ​​। ଯାହାକୁ ସୁରକ୍ଷା ପରିଷଦ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡିଛି । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି ଏକ ଟ୍ବିଟ୍ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି।

ତିରୁମୂର୍ତ୍ତିଙ୍କ କହିବାନୁସାରେ, ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ପାକିସ୍ତାନ ଏପରି କାର୍ଯ୍ୟ କରିଛି । ଉଭୟ ଥର ଦୁଇ ଜଣ ଭାରତୀୟଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । ହେଲେ ଉଭୟ ଥର ତାକୁ ଏଥିରେ ବିଫଳ ହେବାକୁ ପଡିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର 1267 କମିଟି ନାମକ ଏକ କମିଟି ଅଛି। ଏହା ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଯେକୌଣସି ଦେଶର ନାଗରିକଙ୍କୁ ନିଷିଦ୍ଧ ତାଲିକାରେ ରଖିପାରିବ। ନିରିକ୍ଷଣ କରିବା ପରେ ସେମାନଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଏ ।

ତେବେ ଦୁଇ ଭାରତୀୟ ଅଙ୍ଗରା ଅପ୍ପାଜୀ ଏବଂ ଗୋବିନ୍ଦା ପଟ୍ଟନାୟକଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ହେଲେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ବେଲଜିୟମ ପାକିସ୍ତାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ତେବେ ଏନେଇ ତିରୁମୂର୍ତ୍ତି କହିଛନ୍ତି, ପାକିସ୍ତାନ ଏହି କମିଟିକୁ ନିଜ ରାଜନୀତିରେ ବ୍ୟବହାର କରିବାକୁ ଚାହୁଁଛି। ସେ ଏହାକୁ ଏକ ଧାର୍ମିକ ରଙ୍ଗ ଦେବାକୁ ଚାହୁଁଛି। ତେବେ ଜାତିସଂଘ ସୁରକ୍ଷା ପରିଷଦ ତା ପଦକ୍ଷେପକୁ ସଫଳ ହେବାକୁ ଦେଇନାହାଁନ୍ତି। ଏଥିପାଇଁ ଆମେ ଏହି ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ପାକିସ୍ତାନ ଜାନୁଆରୀରେ ଦୁଇ ଭାରତୀୟ ନାଗରିକ ଅଜୟ ମିସ୍ତ୍ରୀ ଏବଂ ବେଣୁ ମାଧବ ଡୋଙ୍ଗ୍ରାଙ୍କ କାର୍ଯ୍ୟକଳାପକୁ ସନ୍ଦିଗ୍ଧ ଘୋଷଣା କରିବା ସହ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ ।

ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମୌଲାନା ମସୁଦ ଅଜହର ବିରୋଧରେ ଭାରତ ଦୃଢ ପ୍ରମାଣ ଉପସ୍ଥାପନ କରିଛି ଏବଂ ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ସେ ଜଡିତ ଥିବା ପ୍ରମାଣ କରିଛି। ପ୍ରମାଣରୁ ଏହା ସ୍ପଷ୍ଟ ହୋଇଛି ଯେ ଅଜହରର ଲିଙ୍କ ଅଲ କାଏଦା ଏବଂ ତାଲିବାନ ସହିତ ମଧ୍ୟ ଅଛି। ଯାହା ଫଳରେ ପାକିସ୍ତାନ ବର୍ତ୍ତମାନ ଭାରତରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି।

ABOUT THE AUTHOR

...view details