ମୁମ୍ବାଇ: ଡରାଇଲାଣି କୋରୋନା । ମାରାତ୍ମକ କୋରୋନା ଭାଇରସ କବଳରେ ସମଗ୍ର ବିଶ୍ବର 53ଟି ଦେଶ ଥିବା ବେଳେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 85ରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ଗତ ଶୁକ୍ରବାର ରାତିରେ ମହାରାଷ୍ଟ୍ର ନାଗପୁରରେ ଥିବା ଇନ୍ଦିରା ଗାନ୍ଧୀ ମେଡିକାଲରୁ 5 ଜଣ କୋରୋନା ସନ୍ଦିଗ୍ଧ ଚମ୍ପଟ ମାରିଥିବା ଜଣାପଡିଛି । ଏହି ଘଟଣା ପରେ ସନ୍ଦିଗ୍ଧଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ନାଗପୁରରେ ହାଇ ଆଲର୍ଟ ଜାରି କରାଯାଇଛି ।
ନାଗପୁର ମେଡିକାଲରୁ ଚମ୍ପଟ 5 କୋରୋନା ସନ୍ଦିଗ୍ଧ - ନାଗପୁର ମେଡିକାଲରୁ ଚମ୍ପଟ ମାରିଲେ 5 କୋରୋନା ସନ୍ଦିଗ୍ଧ
ଗତ ଶୁକ୍ରବାର ରାତିରେ ମହାରାଷ୍ଟ୍ର ନାଗପୁରରେ ଥିବା ଇନ୍ଦିରା ଗାନ୍ଧି ମେଡିକାଲରୁ 5 ଜଣ କୋରୋନା ସନ୍ଦିଗ୍ଧ ଖସି ପଳାଇଥିବା ଜଣାପଡିଛି । ଏହି ଘଟଣା ପରେ ସନ୍ଦିଗ୍ଧଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ନାଗୁପୁରରେ ହାଇଆଲର୍ଟ ଜାରି କରାଯାଇଛି ।
![ନାଗପୁର ମେଡିକାଲରୁ ଚମ୍ପଟ 5 କୋରୋନା ସନ୍ଦିଗ୍ଧ corona virous](https://etvbharatimages.akamaized.net/etvbharat/prod-images/768-512-6402884-thumbnail-3x2-this-tech-firm-used-ai-machine-learning-to-predict-coronavirus-outbreak-warned-people-about-danger-zonesjpeg.jpg)
ନାଗପୁର ମେଡିକାଲରୁ ଚମ୍ପଟ ମାରିଲେ 5 କୋରୋନା ସନ୍ଦିଗ୍ଧ
ସୂଚନା ଅନୁଯାୟୀ, କୋରୋନା ଆକ୍ରାନ୍ତ ସନ୍ଦେହରେ 5 ଜଣଙ୍କୁ ନାଗପୁର ଇନ୍ଦିରା ଗାନ୍ଧୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ଶୁକ୍ରବାର ସେମାନେ ମେଡିକାଲରୁ ଖସି ପଳାଇଥିବା ଜଣାପଡିଛି । ଏହି ଘଟଣା ନେଇ ନାଗପୁର ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।
ପ୍ରକାଶ ଥାଉକି, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 85ରେ ପହଞ୍ଚିଥିବା ବେଳେ 2 ଜଣ ଏହି ମାରାତ୍ମକ ଭାଇରସରେ ପ୍ରାଣ ହରାଇଥିବା ଜଣାପଡିଛି ।
TAGGED:
corona virous news