ବେଙ୍ଗାଲୁରୁ: ଦେଶର ସବୁଠୁ ବଡ଼ ହନିଟ୍ରାପର ସହର ଭାବେ ପରିଚିତ ମଧ୍ୟପ୍ରଦେଶ । ଏବେ କିନ୍ତୁ ମଧ୍ୟପ୍ରଦେଶରେ ଏହା ସୀମିତ ହୋଇ ରହିନାହିଁ । ବିଭିନ୍ନ ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି ହନିଟ୍ରାପ । ବେଙ୍ଗାଲୁରୁରେ ହନିଟ୍ରାପ ମାମଲା ସାମନାକୁ ଆସିଛି । ଯେଉଁଥିରେ 5 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 2 ମହିଳା ସାମିଲ ଅଛନ୍ତି । ମୁଖ୍ୟତଃ ରାଜନେତା, ସୁରକ୍ଷାକର୍ମୀମାନେ ହନିଟ୍ରାପର ଶିକାର ହେଉଛନ୍ତି ।
ବେଙ୍ଗାଲୁରୁରେ ହନିଟ୍ରାପ, 2 ମହିଳା ସମେତ 5 ଗିରଫ - five arrested for Honey Trap in Bangalore
ବେଙ୍ଗାଲୁରୁରେ ହନିଟ୍ରାପ ମାମଲା ସାମନାକୁ ଆସିଛି । ଯେଉଁଥିରେ 5 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 2 ମହିଳା ସାମିଲ ଅଛନ୍ତି ।
କର୍ଣ୍ଣାଟକ ଗୃହମନ୍ତ୍ରୀ ବସୱରାଜ ବୋମଇ କହିଛନ୍ତି ଏ ମାମଲାରେ ଆମ ଆଧିକାରୀ ଆଇନ ଅନୁସାରେ ତଦନ୍ତ କରୁଛନ୍ତି । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ମହିଳାମାନେ ନିଜର ସମସ୍ୟା ନେଇ ନେତାଙ୍କ ସହ ସାକ୍ଷାତ କରିବାକୁ ଯାଉଥିଲେ । ନିଜ ସମସ୍ୟାକୁ କହିବା ପାଇଁ ନେତାଙ୍କ ସହ ଏକାକୀ ସାକ୍ଷାତ କରିବାକୁ ଦାବି କରୁଥିଲେ । ମହିଳାମାନେ ନିଜର ଫୋନ ନମ୍ବର ସେୟାର କରି ବିଳମ୍ବିତ ରାତି ଯାଏଁ ନେତାଙ୍କ ସହ କଥା ମଧ୍ୟ ହେଉଥିଲେ ।
ଅଭିଯୁକ୍ତ ମହିଳାମାନେ ନେତାଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତ ଭିଡିଓ ମଧ୍ୟ ବନାଉଥିଲେ । ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଜଦ(ଏସ) ନେତା ଏଚ ଡି କୁମାରସ୍ବାମୀ ଏହି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି । ସୂଚନା ଥାଉକି କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ରାଜନୀତିରେ ହନିଟ୍ରାପ କାଣ୍ଡ ଚର୍ଚ୍ଚାରେ ଥିଲା । ଏହି ରାକେଟ ଭିଆଇପି ଲୋକଙ୍କ ସାମନାରେ ଯୁବତୀଙ୍କୁ ଚାରା ବନାଇ ଜାଲ ବିଛାଯାଉଥିଲା । ପରେ ସେବି ଭିଆଇପି ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲା । ଏହି ଗ୍ୟାଙ୍ଗର ନେଟୱର୍କ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ସକ୍ରିୟ ଥିଲା ।