ଓଡିଶା

odisha

ETV Bharat / bharat

ଟିକ୍‌ଟକ୍‌ ରେ ପୋଲିସକୁ ଅପମାନ, ଗିରଫ ହେଲେ 5

ମହାରାଷ୍ଟ୍ରରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ନିୟମକୁ ଭାଙ୍ଗିବାରେ ଲୋକେ ବ୍ୟସ୍ତ । ଏପରିକି ଦିନ ରାତି ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ମଧ୍ୟ ଛାଡୁ ନାହାନ୍ତି ଲୋକେ । କେତେବେଳେ ହାତ କାଟୁଛନ୍ତି ତ କେତେବେଳେ ତାଙ୍କ ଉପରକୁ ଢେଲା ପଥର ଫିଙ୍ଗୁଛନ୍ତି । ପୁଣି ଏବେ ତାଙ୍କୁ ଅପମାନ କରି ଟିକଟକ୍‌ ଭିଡିଓ ମଧ୍ୟ କରିବାକୁ ପଛାଉନାହାନ୍ତି କିଛି ଅସମାଜିକ ଲୋକ । ଏଭଳି 5 ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ଟିକ୍‌ଟକ୍‌ ରେ ପୋଲିସକୁ ଅପମାନ, ଗିରଫ ହେଲେ 5
ଟିକ୍‌ଟକ୍‌ ରେ ପୋଲିସକୁ ଅପମାନ, ଗିରଫ ହେଲେ 5

By

Published : Apr 22, 2020, 11:49 AM IST

ମୁମ୍ବାଇ: ପୋଲିସକୁ ଅପମାନିତ କରିବା ଭଳି ଟିଟକଟ ଭିଡିଓ ପ୍ରସ୍ତୁତ କରୁଥିବା 5 ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି, ସେମାନେ ଲକଡାଉନ୍ ନିୟମକୁ ଅବମାନନା କରି ପୋଲିସକୁ ଅପମାନିତ କରୁଥିବା ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଆମେ ସେମାନଙ୍କୁ ଟିକଟକ୍ ଆଇଡିରୁ ଚିହ୍ନଟ କରି ଆଇପିସି, ଏପିଡେମିକ୍ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଗିରଫ କରିଛୁ ।

କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୁମ୍ବାଇରେ ସବୁଠାରୁ ଅଧିକ ରହିଛି । ସେପଟେ ବାରମ୍ବାର ଲୋକମାନେ ନିୟମ ଉଲ୍ଲଙ୍ଘନ କରୁଥିବା ଖବର ସାମନାକୁ ଆସୁଛି । ସେପଟେ ମହାରାଷ୍ଟ୍ରରେ 5218 ଜଣ ଆକ୍ରାନ୍ତ ହୋଇଥିବାବେଳେ 251 ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ABOUT THE AUTHOR

...view details