ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳିତ ହେବ ଜାତୀୟ କ୍ରୀଡା ଦିବସ । ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ । ଦେଶର ଜାତୀୟ ଖେଳ ପ୍ରତି ତାଙ୍କ ଅବଦାନ ଯୋଗୁଁ ଅଗଷ୍ଟ ୨୯ ତାରିଖକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ ।
ତେବେ ଏବର୍ଷ ଜାତୀୟ କ୍ରୀଡା ଦିବସ ଅବସରରେ ମୋଦି ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯଦିଚ ଏହା ବିଷୟରେ ସବିଶେଷ ବିବରଣୀ ମିଳିନାହିଁ ତେବେ ଏହା ସାରା ଦେଶବାସୀଙ୍କୁ ଉକ୍ତ ଦିନ ହିଁ ଜଣାପଡିବ । ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ରେ ପ୍ରଧାନମନ୍ତ୍ରୀ ମୋଦି ଏକ ନୂଆ ଆହ୍ବାନ ଦେଇଛନ୍ତି । ଦ୍ବିତୀୟ ପାଳିର ତୃତୀୟ ‘ମନ କି ବାତ’ରେ ସେ ଏହି କଥା କହିଛନ୍ତି ।
ଏଥର ଜାତୀୟ କ୍ରୀଡା ଦିବସ ଦିନଠାରୁ ଦେଶରେ ‘ଫିଟ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି । ଏହା ଅନୁସାରେ ଦେଶବାସୀଙ୍କୁ ଫିଟ ଏବଂ ସୁସ୍ଥ ରଖିବା ହେଉଛି ଏହାର ଉଦ୍ଦେଶ୍ୟ । ଆବାଳବୃଦ୍ଧବନିତା ସମସ୍ତଙ୍କ ଲାଗି ଏହା ଏକ କୌତୁହଳପ୍ରଦ କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୁରା ଇଣ୍ଡିଆକୁ ଫିଟ କରିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ମୋଦି ସରକାର ଆରମ୍ଭ କରିଛନ୍ତି । ତେବେ ଏହାର ମନ୍ତ୍ର ସେ ଅଗଷ୍ଟ 29 ଦିନ ହିଁ ଦେବେ । ‘ଫିଟ ଇଣ୍ଡିଆ’ ଆନ୍ଦାଳନ ବାବଦରେ ଅଧିକ ବିବରଣୀ ସେ ଜାତୀୟ କ୍ରୀଡା ଦିବସ ଦିନ ଦେବେ ବୋଲି କହିଥିଲେ । ଏବେ ସାରା ଦେଶ ଉତ୍ସୁକତାର ସହ ମୋଦିଙ୍କ ଫିଟ ମନ୍ତ୍ରକୁ ଅନାଇ ବସିଛି ।