ନୂଆଦିଲ୍ଲୀ: ଡିଜିଟାଲ ଭାରତର ନୂଆ ଏକ ପଦକ୍ଷେପ । ସବୁ କ୍ଷେତ୍ରକୁ ଡିଜିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥର ଜନଗଣନା ମଧ୍ୟ ଡିଜିଟାଲାଇଜ କରାଯିବ। ଇତିହାସରେ ପ୍ରଥମ ଥର ଲାଗି ଡିଜିଟାଲ ମାଧ୍ୟମରେ କରାଯିବ ଜନଗଣନା । ଆଉ ଏଥିପାଇଁ କେନ୍ଦ୍ର 3 ହଜାର 7 ଶହ 68 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଡିଜିଟାଲରେ ହେବ ଜନଗଣନା; ଖର୍ଚ୍ଚ ହେବ 3 ହଜାର କୋଟିରୁ ଊର୍ଦ୍ଧ୍ବ - Finance Budget 2021
ଇତିହାସରେ ପ୍ରଥମ ଥର ଲାଗି ଡିଜିଟାଲ ମାଧ୍ୟମରେ କରାଯିବ ଜନଗଣନା । ସଂସଦରେ ବଜେଟ ଆଗତ ସମୟରେ ଜନଗଣନାକୁ ଡିଜିଟାଲାଇଜ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...
ଡିଜିଟାଲରେ ହେବ ଜନଗଣନା
ଆଜି ସଂସଦରେ ଆର୍ଥିକ ବଜେଟ 2021-22 ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଥିଲେ । ଏହି ସମୟରେ ସେ ଦେଶରେ ଜନଗଣନା ଡିଜିଟାଲ ମାଧ୍ୟମରେ ହେବ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଦେଶରେ ପ୍ରତି ଦଶ ବର୍ଷ ଥରେ ଜନଗଣନା କରାଯାଇଥାଏ । ଚଳିତ ବର୍ଷ ଦେଶବ୍ୟାପୀ ଜନଗଣନା କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ