ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଇତିହାସରେ ପ୍ରଥମ ଥର ପାଇଁ ସାଂସଦ ମାନେ ଲୋକସଭାରେ ବସିକି ନିଜର ବକ୍ତବ୍ୟ ଦେଉଛନ୍ତି । କୋରୋନା ପାଇଁ ଏପରି ହୋଇଥିବା କୁହାଯାଉଛି ।
ସୋମବାର ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ କୋରୋନା କାଳ ପାଇଁ ସାମାଜିକ ଦୂରତା ରଖାଯିବା ସହ ସମସ୍ତ ସାଂସଦ ବସିକି ନିଜର ବକ୍ତବ୍ୟ ରଖୁଛନ୍ତି । ବସିକି କହିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଅନୁମତି ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି,‘ସମସ୍ତ ସାଂସଦଙ୍କୁ ମୌସୁମୀ ଅଧିବେଶନରେ ପ୍ରଥମେ ବସିକି କହିବାକୁ ସୁଯୋଗ ମିଳିଛି । କୋଭିଡ୍ 19 ମହାମାରୀ ପାଇଁ ଏପରି ଉପାୟ ଆପଣାଯାଇଛି ।’ ପୂର୍ବରୁ ସମସ୍ତ ସାଂସଦ ନିଜ ନିଜର ବକ୍ତବ୍ୟ ରଖିବା ସମୟରେ ଠିଆ ହୋଇ କହିଥାନ୍ତି । ଚ୍ୟାୟାର ପ୍ରତି ଏହା ସମ୍ମାନ ବୋଲି ଧରାଯାଏ । ଯେଉଁ ପରମ୍ପରାକୁ କୋରୋନା ପାଇଁ ବନ୍ଦ କରାଯାଇଛି ।