ନୂଆଦିଲ୍ଲୀ: ସମାଜରେ ପୁରୁଷ ଓ ମହିଳା ସଭିଏଁ ସମାନ । ସବୁ କ୍ଷେତ୍ରରେ ପରସ୍ପର ସେତିକି ଦକ୍ଷତାଶୀଳ । ଆଜି ସ୍ଥଳସେନାର 72 ତମ ପ୍ରତିଷ୍ଠା ଦିବସରେ ମହିଳାଙ୍କୁ ସେ ସମ୍ମାନର ଅଧିକାର ଦିଆଯାଇଛି । ସ୍ଥଳସେନା ଦିବସ ଉପଲକ୍ଷେ ପୁରୁଷ ବର୍ଗଙ୍କ ପ୍ୟାରେଡର ନେତୃତ୍ବ ନେଇଥିଲେ କ୍ୟାପଟେନ ତାନ୍ୟା ସେରଗିଲ । ପ୍ରଥମ ମହିଳା ଅଫିସର ଭାବେ ସେ ଏହି ଦାୟିତ୍ବ ତୁଲାଇଥିଲେ ।
ଆର୍ମି ଦିବସ: ପୁରୁଷ ପ୍ୟାରେଡର ନେତୃତ୍ବ ନେବେ ମହିଳା କ୍ୟାପଟେନ - ମହିଳା କ୍ୟାପଟେନ ତାନ୍ୟା ସେରଗିଲ
ପ୍ରଥମ ଥର ଆର୍ମି ପୁରୁଷ ପ୍ୟାରେଡର ନେତୃତ୍ବ ନେଲେ ମହିଳା କ୍ୟାପଟେନ । ପ୍ରଥମ ମହିଳା ଅଫିସର ଭାବେ ଦାୟିତ୍ବ ତୁଲାଇଛନ୍ତି ତାନ୍ୟା ସେରଗଲ।
ତାନ୍ୟା କୁହନ୍ତି, 'ସେନା କେବଳ ସେନା'। ଏହି ସେବାରେ କୌଣସି ଲିଙ୍ଗଗତ ଭେଦ ଭାଦର ସ୍ଥାନ ନାହିଁ । ମୁସଲିମ, ଶିଖ୍ କିମ୍ବା ମରାଠୀ ଆର୍ମିରେ ସଭିଁଏ ସମାନ । ଆଉ ଏପରି କରି ସେ ନିଜକୁ ବଡ ଭାବୁନଥିବାବେଳେ, ଏହା ତାଙ୍କ କାର୍ଯ୍ୟର ଏକ ଅଂଶ ବୋଲି କହିଛନ୍ତି । ତାନ୍ୟାଙ୍କ ପୂର୍ବରୁ ତାଙ୍କ 3 ପିଢି ମଧ୍ୟ ସେନା କାର୍ଯ୍ୟରେ ନିୟୋଜିତ ଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ସେ ଏହି ଦାୟିତ୍ବ ସମ୍ପାଦନ କରିବେ। ଗତବର୍ଷ କ୍ୟାପଟେନ ଭାଭନା କସ୍ତୁରୀ ଏହି ଦାୟିତ୍ବ ତୁଲାଇଥିଲେ । ଆର୍ମି ଅଫିସରଙ୍କ କହିବାନୁ୍ଯାୟୀ, ଆର୍ମି ଦିବସ ପାଇଁ ମାସେ ପୂର୍ବରୁ ରେଜିମେଣ୍ଟାଲ ସେଣ୍ଟାର ପକ୍ଷରୁ ଜଣେ ଅଧିକାରୀଙ୍କୁ ଏଥିପାଇଁ ଚୟନ କରାଯାଇଥାଏ ।
ଏହି ସେନା ଦିବସ ଅବସରରେ 370 ଧାରା ଉଚ୍ଛେଦକୁ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ ।