ଓଡିଶା

odisha

ETV Bharat / bharat

ବାଂଲାଦେଶରେ ପ୍ରଥମ ରୋହିଙ୍ଗ୍ୟାଙ୍କ କୋରୋନା ଜନିତ ମୃତ୍ୟୁ - coronavirus

ବାଂଲାଦେଶରେ ପ୍ରଥମ ରୋହିଙ୍ଗ୍ୟାଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ଏନେଇ ସ୍ପଷ୍ଟ ସୂଚନା ମିଳିଛି । ଅଧିକ ପଢନ୍ତୁ...

First Rohingya refugee dies from coronavirus in Bangladesh
ବାଂଲାଦେଶରେ ପ୍ରଥମ ରୋହିଙ୍ଗ୍ୟାଙ୍କ କୋରୋନା ଜନିତ ମୃତ୍ୟୁ

By

Published : Jun 2, 2020, 10:15 PM IST

ଢାକା: ବାଂଲାଦେଶର ବିଶାଳ ଶରଣାର୍ଥୀ ଶିବିରରେ ରହୁଥିବା ଜଣେ 71 ବର୍ଷ ବୟସ୍କ ବ୍ୟକ୍ତି ପ୍ରଥମ ରୋହିଙ୍ଗ୍ୟା ଯାହାର କୋରୋନାରେ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ 2017ରେ ସାମରିକ କଟକଣା ପରେ ପଡୋଶୀ ମିଆଁମାରରୁ ପଳାୟନ କରିଥିବା ପ୍ରାୟ ଏକ ଲକ୍ଷ ଶରଣାର୍ଥୀ ବାସ କରୁଛନ୍ତି । ଏହି ମାରାତ୍ମକ ଭାଇରସ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ ।

କକ୍ସର ବଜାର ଜିଲ୍ଲାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ତୋହା ଭୁୟାନ କହିଛନ୍ତି ଯେ, ରବିବାର ରାତିରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ କୋରୋନା ଯୋଗୁଁ ହୋଇଥିବା ନିଶ୍ଚିତ ହୋଇଛି । ରୋହିଙ୍ଗ୍ୟା ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଶାଫିଙ୍କ କହିବା ଅନୁସାରେ, ଏହି ବ୍ୟକ୍ତି ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ପୀଡିତ ଥିଲେ।

ଏହାସହ ଶିବିରରେ ବହୁ ଲୋକ ଜ୍ୱର, ମୁଣ୍ଡବିନ୍ଧା ଆଦିରେ ପୀଡିତ ଅଛନ୍ତି। କିନ୍ତୁ ଅଧିକାଂଶ ଲୋକ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏପରି ହେଉଥିବା ଭାବିଥିଲେ । କୋରୋନାଭାଇରସ୍ ପରୀକ୍ଷା କରିବାକୁ ସେମାନେ କେବେ ଭାବିନାହାନ୍ତି । ଏହି ମୃତ୍ୟୁ ଦକ୍ଷିଣ-ପୂର୍ବ ବାଂଲାଦେଶର କୁଟୁପାଲଙ୍ଗ ଆଶ୍ରୟସ୍ଥଳରେ ଥିଲା । ଦୁନିଆର ସବୁଠୁ ବଡ ଶରଣାର୍ଥୀ ଶିବିର ଯେଉଁଠାରେ ପ୍ରାୟ 600,000 ଲୋକ ବାସ କରନ୍ତି ।

ମୃତ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ ଖୋଜିବା ପାଇଁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣଙ୍କୁ ଆଇସୋଲେଟ କରାଯାଇଛି । ଗତ ସପ୍ତାହରେ ବାଂଲାଦେଶରେ 60,000ରୁ ଅଧିକ ସଂକ୍ରମଣ ଏବଂ ପ୍ରାୟ 700 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି ।

@ANI

For All Latest Updates

ABOUT THE AUTHOR

...view details