ଓଡିଶା

odisha

ETV Bharat / bharat

5ରୁ ଲକ୍ଷ୍ନୌ-ନୂଆଦିଲ୍ଲୀ ମଧ୍ୟରେ ଗଡ଼ିବ ତେଜସ ଏକ୍ସପ୍ରେସ - ଦିଲ୍ଲୀରୁ ଲକ୍ଷ୍ନୌକୁ ଦୌଡ଼ିବ ତେଜସ

ଆସନ୍ତା 5 ତାରିଖରେ ଗଡ଼ିବ ଦେଶର ପ୍ରଥମ ବେସରକାରୀ ଟ୍ରେନ ‘ତେଜସ ଏକ୍ସପ୍ରେସ’ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏହା ନୂଆଦିଲ୍ଲୀକୁ ଦୈନିକ ଯାତ୍ରା କରିବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ।

ଡିଜାଇନ ଫଟୋ

By

Published : Sep 21, 2019, 7:54 PM IST

ନୂଆଦିଲ୍ଲୀ: ବହୁ ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା 5 ତାରିଖରୁ ଦେଶର ପ୍ରଥମ ବେସରକାରୀ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଗଡ଼ିବାକୁ ଯାଉଛି । ରେଳବାଇ ବିଭାଗ ପକ୍ଷରୁ ମଞ୍ଜୁରି ମିଳିବା ପରେ ଉତ୍ତର ରେଲଓ୍ବ ଡ଼ିଭିଜନ ଏହି ଗାଡ଼ିର ସେଡ୍ୟୁଲ (ସମୟ ସୂଚୀ) ଜାରି କରିଛି । ସୂଚୀ ମୁତାବକ ଯାତ୍ରା ଆରମ୍ଭ କରିବା ପୂର୍ବରୁ 4 ତାରିଖରେ ଏହା ପରୀକ୍ଷଣ ଭାବେ ଯାତ୍ରା କରିବ । ତେବେ 4 ତାରିଖରେ ଲକ୍ଷ୍ନୌରୁ ବାହାରି ଗାଜିଆବାଦ ପର୍ଯ୍ୟନ୍ତ ଯାତ୍ରା କରିବ ।

ତେଜସ ଏକ୍ସପ୍ରେସ

ରେଳବାଇ ବିଭାଗ ପକ୍ଷରୁ ଏହି ଟ୍ରେନର ଯାତ୍ରା ସୂଚୀ ମୁତାବକ ଲକ୍ଷ୍ନୌରୁ ସକାଳ 6.10 ମିନିଟରେ ଯାତ୍ରା ଆରମ୍ଭ କରିବ । କାନପୁରରେ 7.20 ମିନିଟରେ ପହଞ୍ଚିବ ଏବଂ ସେଠାରୁ 7.25 ମିନିଟରେ ଛାଡ଼ିବ । ସେହିଭଳି ଗାଜିଆବାଦରେ 11.45 ମିନିଟରେ ପହଞ୍ଚି 11.47 ମିନିଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଦିଲ୍ଲୀରେ ପାଖପାଖି 12.25 ସୁଦ୍ଧା ପହଞ୍ଚିବ । ସେହିପରି ଏହି ଟ୍ରେନ ଦିଲ୍ଲୀରୁ ଅପରାହ୍ଣ 3.35 ମିନିଟରେ ବାହାରି ରାତି 10ଟା ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚିବ ।

ଏହି ଟ୍ରେନରେ ଟିକଟ ଦର ମଧ୍ୟ ସୁଲଭ ରହିଛି । ଲକ୍ଷ୍ନୌରୁ ଦିଲ୍ଲୀ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏସି ଚେୟାର କାର ପାଇଁ ମାତ୍ର 1125 ଟଙ୍କା ଦେବାକୁ ହେବ । ସେହିଭଳି ଏକ୍‌ଜିକ୍ୟୁଟିଭ ଚେୟାରକାର ପାଇଁ 2310 ଟଙ୍କା ଦେବାକୁ ହେବ । ଦିଲ୍ଲୀରୁ ଲକ୍ଷ୍ନୌ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏସି ଚେୟାର ପାଇଁ 1280 ଟଙ୍କା ଦେବାକୁ ଥିବା ବେଳେ ଏକ୍‌ଜିକ୍ୟୁଟିଭ ଚେୟାର କାର ପାଇଁ 2450 ଟଙ୍କା ଦେବାକୁ ହେବ ।

ସୂଚନା ଯୋଗ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳବାଇର ଘରୋଇକରଣକୁ ପ୍ରାଥମିକତା ଦେଇଥିଲେ । ରେଳମନ୍ତ୍ରୀ ପିୟୁଷ ଗୋଏଲ 100 ଦିନ ମଧ୍ୟରେ ଏକ୍ସନ ପ୍ଲାନରେ ମଧ୍ୟ କିଛି ରେଳ ଗାଡ଼ିକୁ ଘରୋଇକରଣ କରିବା ପାଇଁ ଘରୋଇ ଅପରେଟର ମାନଙ୍କୁ ନ୍ୟସ୍ତ କରାଯିବ ବୋଲି କହିଥିଲେ । ତେବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ଲକ୍ଷ୍ନୌରୁ ଦିଲ୍ଲୀ ଯାତାୟତ କରିବାକୁ ଥିବା ‘ତେଜସ ଏକ୍ସପ୍ରେସ’ ଦେଶର ପ୍ରଥମ ବେସରକାରୀ ଟ୍ରେନ ହେବ ।

ABOUT THE AUTHOR

...view details