ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର ମୈଦାନ । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆଜି ଏଥିଲାଗି ପ୍ରଚାର କରିବାର ଶେଷ ଦିନ ରହିଛି । ଯେଉଁଥିପାଇଁ ଅନେକ ନେତା ଆଜି ପ୍ରଚାର ରଣକ୍ଷେତ୍ରକୁ ଲମ୍ଫ ମାରିବେ ବୋଲି ଜଣାପଡିଛି ।
ଆଜି ସନ୍ଧ୍ୟା 5 ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନରେ ପ୍ରାର୍ଥୀ ମାନେ ପ୍ରଚାର କରିପାରିବେ । 71 ଟି ବିଧାନସଭା ଆସନ ପାଇଁ ଅକ୍ଟୋବର 28 ତାରିଖରେ ମତଦାନ ହେବ । ଫଳରେ ଆଜି ହିଁ ଏସବୁ ଆସନ ପାଇଁ ନିଜର ସମସ୍ତ ପ୍ରଚାର ରଣନୀତି କରିବେ ସବୁ ଦଳର ନେତା ।
28 ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ 71 ଟି ସିଟ୍ରେ ମୋଟ 1066ଟି ପ୍ରାର୍ଥୀ ମୈଦାନରେ ଅଛନ୍ତି । 1ଟି ସିଟ୍ ମଧ୍ୟରୁ 14ଟି ସିଟ୍ ସଂରକ୍ଷିତ ରହିଛି । ଭୋଟଗ୍ରହଣ ଦିନ ସକାଳ 7ଟାରୁ ମତଦାନ ଆରମ୍ଭ ହେବ । ତେବେ ମତଦାନର ଶେଷ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟ ଦିଆଯାଇଛି ।