ରାୟପୁର: ଗରିବ ପେଟକୁ ଦାନା ଦେବା ସହ ରାଜ୍ୟରେ ସ୍ବଚ୍ଛତା ହଟାଇବାକୁ ଛତିଶଗଡ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । ଅମ୍ବିକାପୁର ନଗର ନିଗମ ପକ୍ଷରୁ ବସଷ୍ଟାଣ୍ଡ ନିକଟରେ ଦେଶର ପ୍ରଥମ ଗାର୍ବେଜ କାଫେର ଶୁଭାରମ୍ଭ ହୋଇଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ ଏହି କାଫେର ଉଦଘାଟନ କରିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ଏହି ଯୋଜନା ଅନୁସାରେ ପ୍ଲାଷ୍ଟିକ ବଦଳରେ ଲୋକଙ୍କୁ ଖାଦ୍ୟ ମାଗଣାରେ ଦିଆଯିବ । ତେବେ 1 କେଜି ପଲିଥିନ ବଦଳରେ ଗୋଟିଏ ମିଲ ମିଳୁଥିବାବେଳେ ଅଧା କେଜି ପଲିଥିନ ବଦଳରେ କେବଳ ଟିଫିନ ଦିଆଯିବାର ବନ୍ଦୋବସ୍ତ କରାଯାଇଛି । ଏହି କାଫେକୁ ସେଣ୍ଟର ଫର ସଲିଡ ଓ୍ବେଷ୍ଟରେ ସଞ୍ଚାଳିତ କରାଯାଉଛି ।
ଏହି ଯୋଜନାର ଲାଭ ଉଠାଇବା ପାଇଁ ସର୍ବପ୍ରଥମେ ପଲିଥିନ ଏକାଠି କରୁଥିବା ବ୍ୟକ୍ତି ପଲିଥିନକୁ ନଗର ନିଗମର ସେଗ୍ରୀଗେସନ ସେଣ୍ଟରରେ ପହଞ୍ଚାଇବାକୁ ପଡିବ । ସେଠାରେ ପଲିଥିନର ଓଜନ କରାଯିବା ପରେ ଏକ କୁପନ ଦିଆଯିବ । ଏହି କୁପନକୁ ଏକ କିଲୋ କିମ୍ବା ଅଧା କିଲୋ ମାପଦଣ୍ଡର ଆଧାରରେ ଅଲଗା ଅଲଗା କରି ଦିଆଯିବ । ହିତାଗ୍ରାହୀ ଅମ୍ବିକାପୁର ବସଷ୍ଟାଣ୍ଟ ନିକଟରେ ଥିବା ଆଶ୍ରମ ଗୃହରେ ଡେଭଲପ କରାଯାଉଥିବା ଗାର୍ବେଜ କୈଫେରେ ନେଇ ଦେଖାଇବା ପରେ କୁପନ ଅନୁସାରେ ତାକୁ ଖାଇବାକୁ ଦିଆଯିବ ।
ତେବେ ଖାଇବା ପ୍ରସ୍ତୁତ କରିବାର ଦାୟିତ୍ବ ସେଇମାନଙ୍କୁ ଦିଆଯାଇଛି ଯେଉଁମାନେ ପୂର୍ବରୁ ଉକ୍ତ ବସଷ୍ଟାଣ୍ଡ ଆଶ୍ରମର କ୍ୟାଣ୍ଟିନ ପରିଚାଳନା କରୁଥିଲେ । ତେବେ କୁପନ ପ୍ରତିବଦଳରେ ମାଗଣାରେ ଖାଦ୍ୟ ଦେବାଦ୍ବାରା ପ୍ରତ୍ୟକ କୁପନର ଦର ହିସାବରେ ନଗର ନିଗମ ଖାଦ୍ୟର ମୂଲ୍ୟ ଉକ୍ତ ମହିଳା ସମୁହଙ୍କୁ ପ୍ରଦାନ କରିବ । ଏଥିପାଇଁ ନଗର ନିଗମ ପକ୍ଷରୁ 6 ଲକ୍ଷର ରାଶି ମଞ୍ଜୁର କରାଯାଇଛି । ଆଗକୁ ଦରକାର ହେଲେ ଏହି ରାଶିକୁ ବଢାଇଦିଆଯିବ ।