ଓଡିଶା

odisha

ETV Bharat / bharat

ଚା' କପରେ ଝଡ, ଲକ୍-ଡାଉନ୍ ଫୋଛିନେଲା ଦାର୍ଜିଲିଂ ଚା' ର ପ୍ରଥମ ଅମଳ - Darjeeling Tea Association

ଦେଶବ୍ୟାପୀ 21 ଦିନିଆ ଲକଡାଉନରେ ଘାଇଲା ଦାର୍ଜିଲିଂ ଚା ବ୍ୟବସାୟୀ। ବର୍ତ୍ତମାନ ଚା ଉତ୍ପାଦନ ସମୟରେ କୋରୋନା ପାଇଁ ତାଲା ବନ୍ଦର ପ୍ରଭାବ ପଡିଛି।

କନ୍ଦାଉଛି କୋରୋନା, ଦାର୍ଜିଲିଂ ଚା' ର ପ୍ରଥମ ଅମଳ ନଷ୍ଟ
First flush Darjeeling tea almost lost due to lockdown, say planters

By

Published : Apr 5, 2020, 3:01 PM IST

କୋଲକାତା: ଦେଶବ୍ୟାପୀ 21 ଦିନିଆ ଲକଡାଉନରେ ଘାଇଲା ଦାର୍ଜିଲିଂ ଚା' ବ୍ୟବସାୟୀ। ବର୍ତ୍ତମାନ ଚା' ଉତ୍ପାଦନ ସମୟରେ କୋରୋନା ପାଇଁ ତାଲା ବନ୍ଦର ପ୍ରଭାବ ପଡିଛି। ଚାଷୀ କୂଳ ଶ୍ରମିକ ଅଭାବ ଏବଂ ସାମାଜିକ ଦୂରତା କାରଣରୁ ଉତ୍ପାଦନ କରିବାରେ ସଫଳ ହେଉ ନାହାଁନ୍ତି। ଯେଉଁଥି ପାଇଁ ଚା' ଅମଳର ରତୁ ହୋଇଥିଲେ ବି ଅମଳ କରିବାରେ ସକ୍ଷମ ହେଉନାହାଁନ୍ତି ଚା' ବ୍ୟବସାୟୀ।

ପ୍ରଥମ ଅମଳ ବାର୍ଷିକ 8 ନିୟୁତ କିଲୋଗ୍ରାମ ହୋଇଥିବା ବେଳେ ବର୍ତ୍ତମାନ ଉତ୍ପାଦନର 20 ପ୍ରତିଶତ ହୋଇଛି ବୋଲି ଦାର୍ଜିଲିଂ ଚା' ଆସୋସିଏସନ୍ (ଡିଟିଆର) ଅଧ୍ୟକ୍ଷ ବିନୋଦ ମୋହନ କହିଛନ୍ତି। ସେ କହିଛନ୍ତି, "ଅବସ୍ଥା ଅତ୍ୟନ୍ତ ଖରାପ ଯେଉଁଥି ପାଇଁ ଚିନ୍ତାରେ ଚା' ଚାଷୀ ଓ ବ୍ୟବସାୟୀ।

ଚେୟାରମ୍ୟାନ୍ ଲୋହିଆ କହିଛନ୍ତି ଯେ, ଆମେ ଚାହୁଁଛୁ ସରକାର ଉତ୍ପାଦନ ଆରମ୍ଭ କରିବାକୁ ପରାମର୍ଶ ଦିଅନ୍ତୁ କାରଣ ଏହା ମୁଖ୍ୟତ ଅମଳର ରତୁ ଅଟେ। ପ୍ରଥମ ଅମଳ ରତୁ ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏହି କ୍ଷେତ୍ରରେ ଆର୍ଥିକ ସଙ୍କଟ ସତ୍ତ୍ବେ କେତେକ ବଗିଚା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମିକମାନଙ୍କୁ ତଥାପି ଦେୟ ପ୍ରଦାନ କରୁଛି ବୋଲି ମୋହନ କହିଛନ୍ତି।

ହେଲେ କିଛି ଦାର୍ଜିଲିଂ ଚା' ବଗିଚା ମାଲିକଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ ଯେଉଁମାନେ ଶ୍ରମିକଙ୍କୁ ବେତନ ଦେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି। ପ୍ରସିଦ୍ଧ ମାକାଇବାରୀ ବ୍ରାଣ୍ଡର ମାଲିକ ଥିବା ଲକ୍ସମି ଚା’ର ନିର୍ଦ୍ଦେଶକ ରୁଦ୍ର ଚାଟାର୍ଜୀ କହିଛନ୍ତି ଯେ ଆମର ଶ୍ରମିକଙ୍କ ବେତନ ସେମାନଙ୍କ ରାସନ ସମେତ ଲକ୍ଡାଉନ୍ ଅବଧି ମଧ୍ୟରେ ପ୍ରଦାନ କରାଯାଇଛି। କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଶ୍ରମିକ ସମ୍ପ୍ରଦାୟକୁ ଶିକ୍ଷା ଦେବା ପାଇଁ ଏକ ସଚେତନତା ଅଭ୍ୟାସ ଚାଲିଛି।

ABOUT THE AUTHOR

...view details