ଓଡିଶା

odisha

ETV Bharat / bharat

କଠୁଆରେ ସ୍ଥାପନ ହେଲା ପ୍ରଥମ ୱେଲନେସ ସେଣ୍ଟର - ୱେଲନେସ ସେଣ୍ଟର

ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ପ୍ରଥମ କୋରୋନା ୱେଲନେସ ସେଣ୍ଟର ଉଦ୍ଦଘାଟନ ହୋଇଛି ।

wellness centre
କଠୁଆରେ ସ୍ଥାପନ ହେଲା ପ୍ରଥମ ୱେଲନେସ ସେଣ୍ଟର

By

Published : May 24, 2020, 3:12 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ପ୍ରଥମ କୋରୋନା ୱେଲନେସ ସେଣ୍ଟର ଉଦ୍ଦଘାଟନ ହୋଇଛି । କଠୁଆ ଜିଲ୍ଲା ବିକାଶ କମିଶନର(ଡିଡିସି) ଓ.ପି ଭାଗବତ ଗତ ଶନିବାର ଦିନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବିଲଡିଂ ପରିସରରେ ଏହି କୋରୋନା ୱେଲନେସ୍ ସେଣ୍ଟରର ଉଦଘାଟନ କରିଛନ୍ତି।

ବିଶେଷ ଚିକିତ୍ସା ସେବା ଦଳର ତତ୍ତ୍ବାବଧାନରେ କୋରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ଭାବରେ ରଖିବା ପାଇଁ 230 ବେଡ୍ ବିଶିଷ୍ଟ ୱେଲନେସ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଓ.ପି ଭାଗବତ କହିଛନ୍ତି, ଏହା 230 ବେଡ୍ ବିଶିଷ୍ଟ କେନ୍ଦ୍ର ଅଟେ। ଜିଲ୍ଲାର 21 ଜଣ ଆକ୍ଟିଭ ଆକ୍ରାନ୍ତ ଏଠାକୁ ସ୍ଥାନାନ୍ତରିତ ହେବ।

ଡିଡିସି ସୂଚନା ଦେଇଛନ୍ତି ଯେ, ଡାକ୍ତର ଏବଂ ପାରାମେଡିକ୍ସର ଏକ ଟିମ୍ ଏହି କୋରୋନା ଆକ୍ରାନ୍ତଙ୍କ ପାଇଁ କଡା ଚିକିତ୍ସା ପ୍ରୋଟୋକଲ୍ ସହିତ ୱେଲନେସ କେନ୍ଦ୍ରର ପରିଚାଳନା କରିବେ। ସେ ପ୍ରକାଶ କରିଛନ୍ତି ଯେ, ଯଦି ଆବଶ୍ୟକତା ପଡେ ତେବେ 800 ଜଣଙ୍କୁ ରହିବା ପାଇଁ ଜିଲ୍ଲା ପ୍ରଶାସନ ପୂର୍ବରୁ ଜିଲ୍ଲାରେ ଚାରୋଟି ସ୍ଥାନ ଚିହ୍ନଟ କରିସାରିଛି ।

ଏହି ସୁବିଧା ସମ୍ପୂର୍ଣ୍ଣ ସୁସ୍ଥ ପରିବେଶରେ କାର୍ଯ୍ୟ କରିବ । ସେଥିପାଇଁ ପର୍ଯ୍ୟାପ୍ତ ଡାକ୍ତର ଏବଂ ପାରାମେଡିକ୍, ଔଷଧ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଏହାଛଡା ରୋଗୀ ଏବଂ କର୍ମଚାରୀଙ୍କ ପାଇଁ ସ୍ୱଚ୍ଛତା ଖାଦ୍ୟ, ପିପିଇ କିଟ୍, ମାସ୍କ ଏବଂ ସାନିଟାଇଜର ଏବଂ କେନ୍ଦ୍ରଗୁଡ଼ିକର ଫୁଲପ୍ରୁଫ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀର 1489 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 720 ଜଣ ସୁସ୍ଥ ହୋଇଥିବା ବେଳେ 20 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details