ସିମଲା: ହିମାଚଳ ପ୍ରଦେଶର ମନାଲିଠାରେ ନୂଆ ଭାବେ ଉଦଘାଟନ ହୋଇଥିବା ଅଟଳ ଟନେଲ ଦେଇ ପ୍ରଥମେ ଭାରତୀୟ ସୁରକ୍ଷାବାହିନୀ ପଥ ଅତିକ୍ରମ କରିଛି । ଏହି ଟନେଲ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ରୋହତାଙ୍ଗରେ ଉଦଘାଟିତ ହୋଇଥିବା ଏହି ଟନେଲର ଉଚ୍ଚତା ରହିଛି 3ହଜାର ମିଟର । ଉଦଘାଟନ ପରେ ପ୍ରଥମେ ଭାରତୀୟ ସେନା ଏହି ଟନେଲ ଦେଇ ଗତି କରିଛି । ଏହା ବିଶ୍ବର ସର୍ବୋଚ୍ଚ ଟନେଲ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର 45କିଲୋମିଟର ଦୂରତା ହ୍ରାସ କରିବା ସହ 4ରୁ 5ଘଣ୍ଟା ସମୟ ସଞ୍ଚୟ କରିବ । ଏହି ଟନେଲର ମୁଖ୍ୟ କାମ ହେଲା ଶୀଘ୍ର ପରିବହନ କରିବା । ସାମରିକ ଦୃଷ୍ଟି କୋଣରୁ ଏହି ଟନେଲର ଗୁରୁତ୍ବ ରହିଛି । ଯେପରି ସେନା ବାହୀନିଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ,ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ ଜିନିଷକୁ ଜଲଦି ପହଞ୍ଚାଇବାରେ ସହାୟକ ହେବ ।