ଓଡିଶା

odisha

ETV Bharat / bharat

କାନାଡାରେ ପହଞ୍ଚିଲା 5 ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ - 5 ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ

ବିପଦ ସମୟରେ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଜାରି ରହିଛି । କାନାଡା ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଭାରତ ପକ୍ଷରୁ ଏହି ଟାବଲେଟ ପଠାଯାଇଛି । ଅଧିକ ପଢନ୍ତୁ...

କାନାଡାରେ ପହଞ୍ଚିଲା 5 ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ
କାନାଡାରେ ପହଞ୍ଚିଲା 5 ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ

By

Published : May 5, 2020, 7:44 PM IST

ଟୋରୋଣ୍ଟୋ: ପ୍ରତିଶ୍ରୁତି ମୁତାବକ ବନ୍ଧୁ ରାଷ୍ଟ୍ରଙ୍କୁ ସାହାଯ୍ୟ କରିଛି ଭାରତ । କାନାଡାର ଟୋରୋଣ୍ଟୋରେ ପହଞ୍ଚିଛି ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟର ପ୍ରଥମ ପର୍ଯ୍ୟାୟ । 5 ମିଲିୟନ ଟାବଲେଟ କାନାଡା ସରକାର ଗ୍ରହଣ କରିଥିବା ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଟ୍ବିଟରରେ ସୂଚନା ଦେଇଛନ୍ତି ।

ବିପଦ ସମୟରେ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଜାରି ରହିଛି । କାନାଡା ସରକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଭାରତ ପକ୍ଷରୁ ଏହି ଟାବଲେଟ ପଠାଯାଇଛି । ଉଭୟ ଦେଶ କୋରୋନା ବିରୋଧୀ ଲଢେଇରେ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ପକ୍ଷରୁ 11.45 କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ଟାବଲେଟ ଶିଘ୍ର ତିଆରି ପାଇଁ ଅର୍ଡର ଦିଆଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଏଚଏଲଏଲ ଲାଇଫ କେୟାର ପକ୍ଷରୁ ଏହାକୁ ତିଆରି କରାଯାଏ ।

ଏହା ଏକ ଆଣ୍ଟି ମାଲେରିଆ ଡ୍ରଗ । କିନ୍ତୁ କୋଭିଡ-19 ମୁକାବିଲାରେ ଏହାର ସାମାନ୍ୟ ଉପକାରିତା ଦେଖାଯାଇଛି । ଯଦିଓ ଏହା ରୋଗର ପ୍ରତିଷେଧକ ନୁହେଁ ତେବେ ଏହାକୁ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି ।

For All Latest Updates

ABOUT THE AUTHOR

...view details