ଓଡିଶା

odisha

ସ୍ବାମୀ ପରେ ଏବେ ସ୍ତ୍ରୀ କୋରୋନା ଆକ୍ରାନ୍ତ

By

Published : Mar 23, 2020, 8:27 AM IST

Updated : Mar 23, 2020, 8:54 AM IST

ଆନ୍ଧ୍ରପ୍ରଦେଶରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆନ୍ଧ୍ରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି ।

coronavirus news
ସ୍ବାମୀ ପରେ ଏବେ ପତ୍ନୀ କୋରୋନା ଆକ୍ରାନ୍ତ

ଅମରାବତୀ: କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସାରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି । ଅପରପକ୍ଷେ ଆନ୍ଧ୍ରପ୍ରଦେଶରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆନ୍ଧ୍ରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି ।

ତେବେ ଏହି କୋରୋନା ଚିହ୍ନଟ ଜଣଙ୍କ 49 ବର୍ଷୀୟା ମହିଳା ହୋଇଥିବା ବେଳେ ତାଙ୍କର ଏକ କୋରୋନା ଆକ୍ରାନ୍ତଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଜଣାପଡିଛି । ତେବେ ତାଙ୍କୁ ବିଶାଖାପାଟନମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ କୋରୋନା ସଂକ୍ରମଣ ହୋଇଥିଲେ । ଯିଏ ନିକଟରେ ସାଉଦି ଆରବରୁ ଫେରିଛନ୍ତି । ତେବେ ମାର୍ଚ୍ଚ 12 ତାରିଖରେ ତାଙ୍କ ସ୍ବାମୀ ଭାରତ ଫେରିଥିଲେ । ସେ କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ପରେ ମାର୍ଚ୍ଚ 19ରେ ଜାଣିବାକୁ ପାଇଲେ ଯେ ସେ COVID-19 ରେ ସଂକ୍ରମିତ ହୋଇଛନ୍ତି ।

ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ ୱାର୍ଡରେ ରଖାଯିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ଗତ ରବିବାର ତାଙ୍କ ସ୍ତ୍ରୀ କୋରୋନା ଭାଇରସର ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Last Updated : Mar 23, 2020, 8:54 AM IST

ABOUT THE AUTHOR

...view details