ଓଡିଶା

odisha

ETV Bharat / bharat

ସାନିଟାଇଜର କମ୍ପାନୀ ବିରୋଧରେ ମାମଲା ରୁଜୁ କଲେ ହରିୟାଣା ସରକାର - ଲାଇସେନ୍ସ ବାତିଲ

ସାନିଟାଇଜର କମ୍ପାନୀ ବିରୋଧରେ ମାମଲା ରୁଜୁ କଲେ ହରିୟାଣା ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ନମୁନା ବିଫଳ ହେବା ପରେ ହରିୟାଣା ସରକାର 11 ଟି ସାନିଟାଇଜର ବ୍ରାଣ୍ଡ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ବୋଲି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି। ଅଧିକ ପଢନ୍ତୁ...

ସାନିଟାଇଜର କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କଲେ ହରିୟାଣା ସରକାର
ସାନିଟାଇଜର କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କଲେ ହରିୟାଣା ସରକାର

By

Published : Aug 6, 2020, 11:16 AM IST

ଚଣ୍ଡିଗଡ଼: ସାନିଟାଇଜର କମ୍ପାନୀ ବିରୋଧରେ ମାମଲା ରୁଜୁ କଲେ ହରିୟାଣା ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ନମୁନା ବିଫଳ ହେବା ପରେ ହରିୟାଣା ସରକାର 11ଟି ସାନିଟାଇଜର ବ୍ରାଣ୍ଡ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ବୋଲି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି। ଏହା ସହିତ ସମ୍ପୃକ୍ତ ବ୍ରାଣ୍ଡର ଲାଇସେନ୍ସ ବାତିଲ କରିବାକୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ହରିୟାଣାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦ୍ବାରା ପ୍ରାୟ 248 ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ 123 ଟି ନମୁନା ରିପୋର୍ଟ ସଂଗ୍ରହ କରାଯାଇଛି । ଗ୍ରହଣ କରାଯାଇଥିବା ରିପୋର୍ଟଗୁଡିକ ମଧ୍ୟରୁ 109 ଟି ନମୁନା ପାସ ହୋଇଥିବାବେଳେ 14 ଟି ନମୁନା ବିଫଳ ହୋଇଛି। ଏଥିମଧ୍ୟରୁ ନଅଟି ବ୍ରାଣ୍ଡକୁ ଷ୍ଟାଣ୍ଡାର୍ଡ ମିଳିଥିବାବେଳେ 5 ଟି ବ୍ରାଣ୍ଡ ଏଥିରେ ଅଧିକ ପରିମାଣର ମିଥାନୋଲ ମିଶାଇଥିବା ଦେଖିବାକୁ ମିଳିଥିଲା, ଯାହା ଏକ ବିଷାକ୍ତ କାର୍ଯ୍ୟ କରିଥାଏ ବୋଲି ବିଜ୍ କହିଛନ୍ତି ।

ସେ କହିଛନ୍ତି ଯେ, ବିଫଳ ବ୍ରାଣ୍ଡ ସାନିଟାଇଜରର ପୁରା ଷ୍ଟକକୁ ବଜାରରୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଇଥଲ ଜିଲ୍ଲାର ଦୁଇଟି ସାନିଟାଇଜର କମ୍ପାନୀର ନମୁନା ବିଫଳ ହୋଇଛି। ସେହିଭଳି କର୍ଣ୍ଣଲ ଜିଲ୍ଲାର ଅନ୍ୟ ଏକ କମ୍ପାନୀର ନଅଟି ସାନିଟାଇଜର ନମୁନା ଏଥିରେ ଥିବା ମିଥାନୋଲର ଅତ୍ୟଧିକ ପରିମାଣ ଥିବାରୁ ଶରୀର ପାଇଁ କ୍ଷତିକାରକ କାରଣରୁ ବିଫଳ ହୋଇଥିଲା। ଏତଦ୍ ବ୍ୟତୀତ, ହିସର ଜିଲ୍ଲାର ଦୁଇଟି ବ୍ରାଣ୍ଡ ମଧ୍ୟ ଭଲ ଗୁଣବତ୍ତା ପାଇନାହିଁ । ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରାଯାଇଛି।

କୋରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ବଜାରରେ ନକଲି ସାନିଟାଇଜର ବିକ୍ରୟ ଅଭିଯୋଗ ଆସିଥିଲା, ଯେଉଁଥିପାଇଁ ହରିୟାଣା ଜିଲ୍ଲାରେ ଚଢାଉ କରିବାକୁ ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ମାର୍ଚ୍ଚ 6 ରୁ 8, 2020 ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଚଢାଉ କରାଯାଇଥିଲା ଏବଂ ପ୍ରାୟ 158 ନମୁନା ସଂଗ୍ରହ କରାଯାଇଥିଲା। ସେହିଭଳି ମେ 22, 2020 ରେ ରାଜ୍ୟର ବିଭିନ୍ନ ସ୍ଥାନରୁ 90 ଟି ନମୁନା ସଂଗ୍ରହ କରାଯାଇଥିଲା ବୋଲି ବିଜ୍ କହିଛନ୍ତି ।

@ ANI

ABOUT THE AUTHOR

...view details