ଓଡିଶା

odisha

ETV Bharat / bharat

ବିଏଚୟୁର କଳା ବିଭାଗରେ ସଂସ୍କୃତ ପଢାଇବେ ଫିରୋଜ ଖାନ - uttarpradesh news

ବିଜ୍ଞାନ ନୁହେଁ ଏଚୟୁର କଳା ବିଭାଗରେ ସଂସ୍କୃତ ପଢାଇବେ ଫିରୋଜ ଖାନ। ଶେଷରେ ହେଲା ଏହି ନିଷ୍ପତ୍ତି। ଆଗକୁ ପଢନ୍ତୁ...

firoz khan
ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ

By

Published : Dec 10, 2019, 7:51 PM IST


ଲକ୍ଷ୍ନୌ: ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କଳା ବିଭାଗରେ ସଂସ୍କୃତ ପଢାଇବେ ଡକ୍ଟର ଫିରୋଜ ଖାନ । ପ୍ରଥମେ ତାଙ୍କୁ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ ବିଭାଗରେ ନିଯୁକ୍ତି ମିଳିଥିଲା। ହେଲେ ସେ ମୁସଲିମ ସମ୍ପ୍ରଦାୟର ହୋଇଥିବାରୁ ସେ ସଂସ୍କୃତ ପଢାଇବା ନେଇ କିଛି ଛାତ୍ର ପ୍ରତିବାଦ କରିଥିଲେ।

ଦୀର୍ଘ ଦିନ ଧରି ଏନେଇ ପ୍ରତିବାଦ ଜାରି ରଖିଥିଲେ ଛାତ୍ର। ଶେଷରେ ଏତେ ବିବାଦ ପରେ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି । ନୂଆ ବିଭାଗରେ ଯୋଗଦେବା ପୂର୍ବରୁ ସେ ପ୍ରଥମେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ ବିଭାଗରୁ ଇସ୍ତଫା ଦେଇଥିବା ଜଣାପଡିଛି।

ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ

ଆନ୍ଦୋଳନକାରୀ ଫିରୋଜ ଖାନଙ୍କ ବଦଳି ଦାବି କରିଥିଲେ ବିଜ୍ଞାନ ବିଭାଗରୁ ତାଙ୍କୁ ଅନ୍ୟ କେଉଁ ସ୍ଥାନକୁ ପଠାଯାଇ ବୋଲି ଦାବି କରିଥିଲେ। କାରଣ ସେ ଅନ୍ୟ କେଉଁ ବିଭାଗରେ ସଂସ୍କୃତ ପଢାଇଲେ ଆମର କିଛି ଆପତ୍ତି ନାହିଁ ବୋଲି ସେମାନେ କହିଥିଲେ।

ABOUT THE AUTHOR

...view details