ଓଡିଶା

odisha

ବ୍ରହ୍ମୋସର ସଫଳ ପରୀକ୍ଷଣ, ସ୍ଥଳରୁ ସ୍ଥଳକୁ କରିବ ଟାର୍ଗେଟ

By

Published : Sep 30, 2019, 1:38 PM IST

Updated : Sep 30, 2019, 5:02 PM IST

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ପକ୍ଷରୁ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ସ୍ଥଳରୁ ସ୍ଥଳକୁ ଟାର୍ଗେଟ କରୁଥିବା ସୁପରସୋନିକ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବାଲେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଖି ପିଛୁଳାକେ ଶତ୍ରୁ ଶିବିରକୁ ଧ୍ବଂସ କରିବାର କ୍ଷମତା ରଖୁଥିବା ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ପକ୍ଷରୁ କରାଯାଇଛି । ସ୍ଥଳରୁ ସ୍ଥଳକୁ ଟାର୍ଗେଟ କରିବାର କ୍ଷମତା ରଖିଛି ଏହି ମିସାଇଲ । ଚାନ୍ଦିପୁରର 3 ନମ୍ବର ଲଞ୍ଚପ୍ୟାଡରୁ ସୋମବାର ସକାଳ 10ଟା 19 ମିନିଟ ସମୟରେ ଏହି ପରୀକ୍ଷା ହୋଇଛି।

ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ଲମ୍ବ 8.4 ମିଟର ଓ ଗୋଲେଇ 0.6 ମିଟର । ସେହିପରି ଏହାର ଓଜନ 3 ଟନ ହୋଇଥିବା ବେଳେ ଏହାକୁ ସ୍ଥଳସେନା, ନୌସେନା ଓ ବାୟୁସେନାରେ ବ୍ୟବହାର କରିହେବ। ଏହାକୁ ଡିଆରଡିଓ, ଚାନ୍ଦିପୁର ପକ୍ଷରୁ ନିର୍ମାଣ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ପ୍ରଥମେ 2005 ରୁ 2007 ମଧ୍ୟରେ ପରୀକ୍ଷଣ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 30, 2019, 5:02 PM IST

ABOUT THE AUTHOR

...view details