ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବି ଫୁଟିବନି ବାଣ, ରଦ୍ଦ ହେଲା ସମସ୍ତ ଲାଇସେନ୍ସ - no firecracker in delhi

ଦିଲ୍ଲୀରେ ବାଣ ବିକ୍ରିରେ ଲାଗିଲା ରୋକ । ରବିବାର ଏନେଇ ଦିଲ୍ଲୀ ପୋଲିସ ବାଣ ବିକ୍ରି ନେଇ ମିଳିଥିବା ଲାଇସେନ୍ସ ରଦ୍ଦ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବି ଫୁଟିବନି ବାଣ
ଦିଲ୍ଲୀରେ ବି ଫୁଟିବନି ବାଣ

By

Published : Nov 9, 2020, 9:30 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ବିକ୍ରିରେ ଲାଗିଲା ରୋକ । ରବିବାର ଏନେଇ ଦିଲ୍ଲୀ ପୋଲିସ ବାଣ ବିକ୍ରି ନେଇ ମିଳିଥିବା ଲାଇସେନ୍ସ ରଦ୍ଧ କରିଥିବା ଜଣାପଡିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ କ୍ରମେ ଏହାପରେ ଅନ୍ୟ ପଦକ୍ଷେପ ଗୁଡିକ ନିଆଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ପୂର୍ବରୁ ଦିଲ୍ଲୀ ପୋଲିସ ବେଆଇନ ଭାବରେ ବିକ୍ରି ହେଉଥିବା 593 କିଲୋଗ୍ରାମର ବାଣ ଜବତ କରିଥିଲା । ଏହି ମାମଲାରେ 7 ଜଣଙ୍କୁ ଗିରଫ ମାମଲା ରୁଜୁ କରିଥିଲା । ଏପରିକି ବାଣ ଫୁଟାଇବା ମାମଲାରେ ମଧ୍ୟ ଜଣଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

କୋଲକତା ହାଇକୋର୍ଟ ମଧ୍ୟ ପଶ୍ଚିମବଙ୍ଗରେ ଦିପାବଳୀ, କାଳୀ ପୂଜା, ଛଟ୍‌ ପୂଜା ଏବଂ ଜଗଦାତ୍ରୀ ପୂଜା ପାଇଁ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାଳୀ ପୂଜାରେ ମଧ୍ୟ ଜନସାଧାରଣଙ୍କ ପାଇଁ କୌଣସି ପ୍ରବେଶ ନାହିଁ । ବିସର୍ଜନରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ରାଜସ୍ଥାନ, ଓଡିଶା ସମେତ ଅନେକ ରାଜ୍ୟରେ ବାଣ ବିକ୍ରି ପାଇଁ ନିଷିଦ୍ଧାଦେଶ ଜାରି ହୋଇଛି । କୋରୋନା କାଳରେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ଏନେଇ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କର ବ୍ୟବହାରକୁ ନିୟମନ୍ତ୍ରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details