ନୂଆଦିଲ୍ଲୀ: ରବିବାର ଦକ୍ଷିଣ ପୂର୍ବ ଦିଲ୍ଲୀ ଶାହିନ ବାଗ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଏକ ଫର୍ଣ୍ଣିଚର ଦୋକାନ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବର୍ତ୍ତମାନ ସୁଦ୍ଧା କେହି ମୃତାହାତ ହୋଇନଥିବା ଜଣାପଡିଛି । ଏନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ କୌଣସି କାରଣରୁ ଶାହିନ ବାଗର ଏକ ଫର୍ଣ୍ଣିଚର ଦୋକାନରେ ନିଆଁ ଲାଗିଯାଇଥିଲା । ଯାହା ସାଧାରଣ ଜନବସତି ଅଞ୍ଚଳ ପାଖରେ ରହିଥିବା ହେତୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରିଥିଲା।
ଶାହିନ ବାଗ ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, 4 ଲକ୍ଷ ଟଙ୍କାର କ୍ଷତି - ଶାହିନ ବାଗ ଫର୍ଣ୍ଣିଚେର ଦୋକାନ
ଶାହିନ ବାଗ ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଧିକ ସୂଚନା ପାଇଁ ପଢନ୍ତୁ ...
ଫର୍ଣ୍ଣିଚେର ଦୋକାନରେ ଅଗ୍ନିକାଣ୍ଡ
ଅନ୍ୟପଟେ ଦକ୍ଷିଣ ପୂର୍ବାଞ୍ଚଳ ଜିଲ୍ଲା ଡିସିପି ଆର ପି ମୀନା କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିଥିବା ଦୋକାନ ମାଲିକମାନେ ହେଲେ ଦିଲଶାଦ, ମୋହଦ ସବୀର ଏବଂ ନୈଶାଦ । ପ୍ରାୟ 400-500 ସ୍ଥାନୀୟ ଲୋକ ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ପରେ ଦିଲ୍ଲୀ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା ବେଳେ ପ୍ରାୟ 4 ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
@IANS