ଚେନ୍ନାଇ: ଥୁଥୁକୁଡି ବନ୍ଦରରେ ଏକ ମାଲବାହୀ ଜାହାଜ(କାର୍ଗୋ ସିପ)ରେ ଅଗ୍ନିକାଣ୍ଡ । ପାନାମାର ଏହି କାର୍ଗୋ ସିପ୍ ଗତକାଲି ଭିଓ ଚିଦାମ୍ବବର୍ଣ୍ଣାରର 5ନଂ ବନ୍ଦରରେ ଅଟକିଥିଲା । ଏଥିରେ ଆଜି ନିଆଁ ଲାଗିଥିବା ବେଳେ ଏହି ଭେସେଲରେ ବିଭିନ୍ନ ଦେଶର ଲିଗନାଇଟ ଓ ତୈଳ ସାମଗ୍ରୀ ନେଇଯାଉଥିଲା ।
ବନ୍ଦରରେ ଜଳିଗଲା ମାଲବାହୀ ଜାହାଜ - କାର୍ଗୋ ସିପ୍
ଥୁଥୁକୁଡି ଭିଓ ଚିଦାମ୍ବବର୍ଣ୍ଣାର ବନ୍ଦରରେ ଅଗ୍ନିକାଣ୍ଡ । ଜଳିଗଲା ଏକ ବିଦେଶୀ ମାଲବାହୀ ଜାହାଜ । ତାମିଲନାଡୁ ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
![ବନ୍ଦରରେ ଜଳିଗଲା ମାଲବାହୀ ଜାହାଜ](https://etvbharatimages.akamaized.net/etvbharat/prod-images/768-512-4333249-thumbnail-3x2-ship.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ସୂଚନାଯୋଗ୍ୟ, କାର୍ଗୋ ସିପ୍ ନିକଟରେ ଥିବା ତେଲ ଟାଙ୍କିରେ ନିଆଁ ଲାଗିବାରୁ ଧିରେ ଧିରେ ଏହାକୁ ବ୍ୟାପିବାକୁ ଲାଗିଥିଲା । ଫଳରେ ଅନ୍ୟାନ୍ୟ କମ୍ପାର୍ଟମେଣ୍ଟରେ ନିଆଁ ଲାଗି ଅଧା ଅଂଶ ଜଳିଯାଇଛି । ସେପଟେ ଘଟଣା ବିଷୟରେ ଖବର ପାଇ ତାମିଲନାଡୁ ଅଗ୍ନିଶମ ବିଭାଗ ସିପରେ ଥିବା ଅଧିକାରୀଙ୍କୁ ଉଦ୍ଧାର କରିଛନ୍ତି । ତେବେ ନିଆଁର ଆୟତ୍ତ ଏତେ ମାତ୍ରାରେ ଥିଲା ଯେ, ଚାହୁଁଚାହୁଁ ଅନ୍ୟାନ୍ୟ ଭେସେଲକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା ।