ଓଡିଶା

odisha

ଏଟିଏମରେ ନିଆଁ ଲାଗି ଅଙ୍ଗାର ହେଲା ଟଙ୍କା

By

Published : Oct 5, 2020, 4:27 PM IST

ରବିବାର ସନ୍ଧ୍ୟାରେ ଗାଜିଆବାଦର ମୁରାଦନଗର ଥାନା ନିକଟରେ ଥିବା ଏକ ଏଟିଏମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ସମସ୍ତ ଟଙ୍କା ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ..

ଏଟିଏମ୍ ବୁଥ୍‌ରେ ନିଆଁ ଲାଗି ଅଙ୍ଗାର ହେଲା ଟଙ୍କା
ଏଟିଏମ୍ ବୁଥ୍‌ରେ ନିଆଁ ଲାଗି ଅଙ୍ଗାର ହେଲା ଟଙ୍କା

ନୂଆଦିଲ୍ଲୀ: ଗାଜିଆବାଦର ମୁରାଦନଗର ଥାନା ନିକଟରେ ଥିବା ଏକ ଏଟିଏମ‌ରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହେଇଯାଇଛି ଟଙ୍କା । ଅଗ୍ନିକାଣ୍ଡ ସଟସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।

ଅଗ୍ନିକାଣ୍ଡ ଘଟିଥିବା ବ୍ୟାଙ୍କର ଏଟିଏମ୍‌ଟି 58ନଂ ଜାତୀୟ ରାଜପଥ ନିକଟରେ ଥିବା ଏକ ଶିକ୍ଷାନୁଷ୍ଠାନ ପରିସରରେ ରହିଛି । ତେବେ ଅଗ୍ନିକାଣ୍ଡ କିପରି ଘଟିଲା ଏ ସଂପର୍କରେ ଜାଣିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ରବିବାର ସନ୍ଧ୍ୟାରେ ନିଆଁ ଲିଭିବା ପରେ ଏଟିଏମରେ କିଛି ଟଙ୍କା ଥିଲା ବୋଲି ବ୍ୟାଙ୍କ ଅଧିକାରୀମାନେ କହିଥିଲେ । ଏହା ପୂର୍ବରୁ ମଧ୍ୟ ଏଟିଏମରେ ନିଆଁ ଲାଗିବା ଘଟଣା ଓ ଚୋରି ହେବା ଘଟଣା ସାମନାକୁ ଆସିଛି । ପୋଲିସ ଏ ସଂପର୍କରେ ମଧ୍ୟ ତଦନ୍ତ କରୁଥିବାର ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details