ଓଡିଶା

odisha

ETV Bharat / bharat

ଏସ୍‌ଏମଏସ୍‌ରେ ଭୟାବହ ଅଗ୍ନିକାଣ୍ଡ, ବୟସ୍କା ରୋଗୀ ମୃତ

ଜୟପୁର ସ୍ଥିତ ସବାଇ ମାନସିଂହ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଫଳରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ଯ: ଇଟିଭି ବ୍ୟୁରୋ

By

Published : May 10, 2019, 2:14 PM IST

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ସବାଇ ମାନସିଂହ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ଶୁକ୍ରବାର ଦିନ ପ୍ରାୟ ଭୋର 3ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି ।ଏପଟେ 60ରୁ ଉର୍ଦ୍ଧ୍ବ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତିରତ କରାଯାଇଛି।

ତେବେ ଖବର ପାଇ ଘଟଣାସ୍ଥଳରେ 13ଟି ଦମକଳ ଗାଡି ପହଞ୍ଚିଥିଲା । ନିଆଁର ପ୍ରଭାବ ଏତେ ଭୟାବହ ଥିଲା ଯେ, ଆୟତ୍ତକୁ ଆଣିବା ପାଇଁ ଅଗ୍ନିଶମ ବିଭାଗକୁ 3ଘଣ୍ଟା ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ସୂଚନାଥାଉକି, ମୃତକ ମହିଳା ଜଣକ ହେଲେ କରୌଲି ବାସିନ୍ଦା ବାଡା ଦେବୀ(60ବର୍ଷ)। ନ୍ୟୁରୋ ସମ୍ବନ୍ଧିତ ରୋଗର ଚିକିତ୍ସା ନିମନ୍ତେ ଏସ୍‌ଏମଏସ୍‌ରେ ଭର୍ତ୍ତି ହୋଇଥିଲେ ।

ତେବେ ନିଆଁ ଗ୍ରାଉଣ୍ଡ ଫ୍ଲୋର୍‌ର ଲାଇଫ୍‌ ଲାଇନ୍‌ ଷ୍ଟୋରରେ ଲାଗିଥିଲା। ପରେ ନିଆଁ 2ୟ ମହଲା ଯାଏଁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ଓ ରୋଗୀଙ୍କ ଡାକ୍ତରୀ ରିପୋର୍ଟ ସବୁ ଜଳିପୋଡି ପାଉଁଶ ହୋଇଯାଇଛି।

For All Latest Updates

ABOUT THE AUTHOR

...view details