ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜି.ଟି କରନାଲ ରୋଡ ସ୍ଥିତ ଦୁଇଟି କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଥିଲାଯେ ଚାହୁଁ ଚାହୁଁ ସମଗ୍ର ଫ୍ୟାକ୍ଟ୍ରୀରେ ବ୍ୟାପି ଯାଇଥିଲା । ଖବରପାଇ 15ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଦିଲ୍ଲୀ ଦମକଳ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ଅଗ୍ନିକାଣ୍ଡର ଖବର ପାଇବାପରେ ଘଟଣାସ୍ଥଳକୁ 15ଟି ଦମକଳ ଗାଡି ପଠାଯାଇଥିଲା । ଏହାସହ ଆଖପାଖରେ ଥିବା ସମସ୍ତ ଦମକଳ କେନ୍ଦ୍ର ଗୁଡିକୁ ନିଆଁ ଲାଗିବାର ସୂଚନା ଦିଆଯାଇଥିଲା।