ନୂଆଦିଲ୍ଲୀ: ରାଜଧାନୀରେ ବାୟୁ ପ୍ରଦୂଷଣ ସହ ଭୟର ଆଉ ଏକ ରୂପ ହେଉଛି ନିଆଁ । ବିଭିନ୍ନ କାରଣରୁ ରାଜଧାନୀରେ ଅନେକ ସ୍ଥାନ ମାନଙ୍କରେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସିଛି । ତେବେ ଦିଲ୍ଲୀର ବସନ୍ତ କୁଞ୍ଜରେ ସୋମବାର ଏକ କଲ ସେଣ୍ଟରରେ ନିଆଁ ଲାଗିଯାଇଥିଲା ।
କଲ ସେଣ୍ଟରରେ ଲାଗିଗଲା ନିଆଁ, 6 ଉଦ୍ଧାର - କଲ ସେଣ୍ଟର
ଦିଲ୍ଲୀର ବସନ୍ତ କୁଞ୍ଜରେ ସୋମବାର ଏକ କଲ ସେଣ୍ଟରରେ ନିଆଁ । 4ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷିତ ଭାବେ 6 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
ଫଟୋ ସୌଜନ୍ୟ- ଇଟିଭି ଭାରତ
ଖବର ଅନୁଯାୟୀ, କଲସେଣ୍ଟରର ବେସମେଣ୍ଟରେ ନିଆଁ ଲାଗିଥିଲା । ତୁରନ୍ତ ଖବର ପାଇ ସେଠାରେ 4ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷିତ ଭାବେ 6 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଅଫିସରେ ଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଚେୟାର ବି ଜଳିଯାଇଥିଲା ।
Last Updated : Nov 26, 2019, 3:24 AM IST