ଓଡିଶା

odisha

ETV Bharat / bharat

ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପଶ୍ଚିମବଙ୍ଗର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ଏହି ଘଟଣାଟି ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ମାତୃ ଓ ଶିଶୁ ଭବନ ୟୁନିଟରେ ଘଟିଛି।

By

Published : Aug 29, 2019, 1:17 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କୋଲକାତା: ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ଏହି ଘଟଣାଟି ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ମାତୃ ଓ ଶିଶୁ ଭବନ ୟୁନିଟରେ ଘଟିଛି। ଗୁରୁବାର ସକାଳ ପ୍ରାୟ 9 ଟାରେ ସମୟରେ ନିଆଁ ଲାଗିଥିବା ଖବର ମିଳିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନା ଅନୁସାରେ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ଘଣ୍ଟାଏ ମଧ୍ୟରେ ନିଆଁକୁ ଆୟତ କରିବାରେ ସଫଳ ହୋଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡିନିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି, ସମସ୍ତ ରୋଗୀଙ୍କୁ ମାତୃ ଓ ଶିଶୁ ଭବନରୁ ଅନ୍ୟସ୍ଥାନକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ABOUT THE AUTHOR

...view details