ଅମରାବତୀ: ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖା ଷ୍ଟିଲ ପ୍ଲାଣ୍ଟ-2 ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ କେହି ମୃତାହତ ହୋଇନଥିବା ଇସ୍ପାତ କାରଖାନା ନିଗମ ଯୋଗାଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ବିଶାଖା ଇସ୍ପାତ କାରଖାନାର ପାୱର ପ୍ଲାଣ୍ଟ-2ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଟର୍ବାଇନରୁ ତେଲ ଲିକ୍ କରିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ 1.2 ମେଗା ୱାଟର ବିଦ୍ୟୁତ ମୋଟର ନଷ୍ଟ ହୋଇଯାଇଛି ।