ଓଡିଶା

odisha

By

Published : Sep 7, 2020, 5:58 PM IST

ETV Bharat / bharat

ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଆଗ୍ରା ଦିଲ୍ଲୀ ରାଜପଥରେ ସିକନ୍ଦର ପନିପରିବା ବଜାର ସମ୍ମୁଖରେ ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଧିକ ପଢନ୍ତୁ...

ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନୀକାଣ୍ଡ
ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନୀକାଣ୍ଡ

ଲକ୍ଷ୍ନୌ: ଆଗ୍ରା ଦିଲ୍ଲୀ ରାଜପଥରେ ଭୟାବହ ଅଗ୍ନିକାଣ୍ଡ । ସ୍ଥାନୀୟ ସିକନ୍ଦର ପନିପରିବା ବଜାର ସମ୍ମୁଖରେ ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଆଗ୍ରା ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନିଆଁରେ ଭୟଭୀତ ହୋଇ ଲୋକମାନେ ଏପଟ ସେପଟ ଦୌଡି ପଳାଉଛନ୍ତି । ଅନେକ କିଲୋମିଟର ପର୍ଯ୍ୟନ୍ତ ନିଆଁର ପ୍ରକୋପ ଜାରି ରହିଛି । ସିକନ୍ଦର ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆହତ କିମ୍ବା ମୃତାହତ ତାହା ଜଣାପଡିନାହିଁ । ଘଟଣା କେଉଁ କାରଣରୁ ଘଟିଛି ତାହା ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details