ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀର ଶାହବାଦ ଡାଏରୀ ଅଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ । ବୁଧବାର ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ 70ଟି ଘର ଜଳିକି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ 12ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଘଟଣାସ୍ଥଳରେ 10ଟି କ୍ୟାଟସ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିଛି । ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାବେଳେ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଏପଟେ ଅଗ୍ନିକାଣ୍ଡ ଆହୁରି ଭୟଙ୍କର ହେବାରେ ଲାଗିଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।