ଓଡିଶା

odisha

ETV Bharat / bharat

ସାଉଥ ମୁମ୍ବାଇର ବାଣିଜ୍ୟିକ ବିଲଡିଂରେ ଅଗ୍ନିକାଣ୍ଡ, 12 ସୁରକ୍ଷିତ ଉଦ୍ଧାର

ସର୍ଟସର୍କିଟ ଘଟି ସାଉଥ ମୁମ୍ବାଇର ଇସମାଇଲ ବିଲଡିଂରେ ଅଗ୍ନିକାଣ୍ଡ । କେହି ମୃତାହତ ହେବା ସୂଚନା ନାହିଁ । ଅଧିକ ପଢନ୍ତୁ...

By

Published : Oct 5, 2020, 7:21 AM IST

ସାଉଥ ମୁମ୍ବାଇର ବାଣିଜ୍ୟିକ ବିଲଡିଂରେ ଅଗ୍ନିକାଣ୍ଡ, 12 ରୁ ଉର୍ଦ୍ଧ୍ବ ଲୋକ ଉଦ୍ଧାର
ସାଉଥ ମୁମ୍ବାଇର ବାଣିଜ୍ୟିକ ବିଲଡିଂରେ ଅଗ୍ନିକାଣ୍ଡ, 12 ରୁ ଉର୍ଦ୍ଧ୍ବ ଲୋକ ଉଦ୍ଧାର

ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ମସଜିଦ ବନ୍ଦର ଅଞ୍ଚଳରେ ଏକ ବାଣିଜ୍ୟିକ ଭବନରେ ଅଗ୍ନିକାଣ୍ଡ । ଅପରାହ୍ନ 4 ଟାରେ ଇସମାଇଲ ନାମକ ଏକ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ, ରାତି 11ଟା ସମୟରେ ଅଗ୍ନିଶମ କର୍ମଚାରୀ ଏହାକୁ କାବୁ କରିବାରେ ସଫଳ ହୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ପୁଣି ଅଗ୍ନିକାଣ୍ଡ ଘଟିଥିଲା। ଯାହାଦ୍ବାରା 2 ରୁ 3ଟି ବିଲଡିଂର କିଛି ଅଂଶରେ ଏହି ନିଆଁ ଲାଗିଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଖବର ନାହିଁ । ଏହି ବିଲ୍ଡିଂରେ ଏକ ବାଣିଜ୍ୟିକ ବଜାର ଏବଂ ମୋବାଇଲ, ଅତର ଇତ୍ୟାଦି ଦୋକାନ ଅଛି। ଏହା ଏକ ଆରାମଦାୟକ ବିଷୟ ଯେ, ଯେତେବେଳେ ଏଠାରେ ନିଆଁ ଲାଗିଥିଲା, ସେତେବେଳେ ଏହି ବିଲ୍ଡିଂରେ ପ୍ରାୟ 12 ରୁ 13 ଲୋକ ଉପସ୍ଥିତ ଥିଲେ, ଯାହା ପରବର୍ତ୍ତୀ ମସଜିଦରୁ ଏକ ଶିଡି ଲଗାଇ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା |

ଏହି ଉଦ୍ଧାର କାର୍ଯ୍ୟରେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details