ଗାନ୍ଧୀନଗର: ଗୁଜୁରାଟ ସୁରଟରେ ଭୟଙ୍କର ଅଗ୍ନିକାଣ୍ଡ । ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ(ONGC) ପ୍ଲାଣ୍ଟରେ ଲାଗିଛି ନିଆଁ । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ।
ହାଜିରା ଅଞ୍ଚଳରେ ଥିବା ONGC ଗ୍ୟାସ ଟର୍ମିନାଲରେ ନିଆଁ ଲାଗିଛି । ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନକୁ ଜରୁରୀକାଳୀନ ଅଞ୍ଚଳ ଘୋଷଣା କରାଯାଇଛି । ସେହିପରି ଦୁର୍ଘଟଣାକୁ ଆଖିଆଗରେ ରଖି ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି ।