ଲକ୍ଷ୍ନୌ: ଶୁକ୍ରବାର ଉତ୍ତରପ୍ରଦେଶ ସାହାରନପୁର ନିକଟସ୍ଥ ଥାନା ବିହାରୀଗଡର ସାତପୁରା ଗ୍ରାମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ କାରଖାନାର ପ୍ରାୟ 6ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି ଏବଂ ବାଣ ଫୁଟି ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ବିହାରୀଗଡ ଥାନା ନିକଟସ୍ଥ ସାତପୁରା ଗ୍ରାମରେ ଥିବା ବାଣ କାରଖାନାରେ ଶୁକ୍ରବାର ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ କାରଖାନାରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ କାରଖାନାରେ କାର୍ଯ୍ୟ କରୁଥିବା ଆଉ କିଛି କର୍ମଚାରୀ ଏବେ ମଧ୍ୟ କାରଖାନା ମଧ୍ୟରେ ଫସି ରହିଛନ୍ତି ।