ଓଡିଶା

odisha

ETV Bharat / bharat

ଦିଲ୍ଲୀର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ - fire breaks sarai rohilla area

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡ ଥମିବାର ନାଁ ଧରୁନାହିଁ। ଗତ ବର୍ଷ ଡିସେମ୍ବରରେ ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ପରେ, ଏବେ ଏଠାକାର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି।

fire-breaks-in-delhi-sarai-rohilla-area
ଦିଲ୍ଲୀର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନୀକାଣ୍ଡ

By

Published : Jan 10, 2020, 4:07 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥମିବାର ନାଁ ଧରୁନାହିଁ ଅଗ୍ନିକାଣ୍ଡ । ନିୟମିତ ବ୍ୟବଧାନରେ ଏଠାରେ ଘଟୁଛି ଏଭଳି ଘଟଣା । ଶୁକ୍ରବାର ଦିଲ୍ଲୀର ରୋହତକ ରୋଡର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

ଏଠାରେ ଥିବା ଝୁମ୍ପୁଡିରେ ଖବର ନିଆଁ ଲାଗିଯାଇଥିବା ଜଣାପଡିଥିଲା । ଏ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହାଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡିନାହିଁ।

ଦିଲ୍ଲୀର ସରାୟ ରୋହିଲ୍ଲା ଅଞ୍ଚଳରେ ଭୟାବହ ଅଗ୍ନୀକାଣ୍ଡ

ସରାୟ ରୋହିଲ୍ଲା ଅଞ୍ଚଳରେ ଅବୈଧ ଭାବେ ଗଢି ଉଠିଥିବା 67ଟି ଝୁମ୍ପୁଡି ଘରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା କ୍ଷଣି ଅଗ୍ନିଶମ ବିଭାଗର 5ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କେଉଁ କାରଣରୁ ନିଆଁ ଲାଗିଛି ତାହାର ତଦନ୍ତ କରାଯାଉଛି । ସଟସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

ABOUT THE AUTHOR

...view details