ଭୋପାଳ:ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁରେ ମାମଲା ରୁଜୁ । କମଲନାଥଙ୍କ ସମେତ ଅନ୍ୟ 8 ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି । କୋଭିଡ-19 ପରିଚାଳନା ଉଲ୍ଲଙ୍ଘନ ଅଭିଯୋଗରେ ବିପର୍ଯ୍ୟୟ ପରିଚାଳନା ଆଇନ ଅଧିନରେ ଅନ୍ୟାନ୍ୟ ମାମଲା ଦାୟର ହୋଇଛି ।
ଗତ ସୋମବାର ସବ-ଡିବିଜନାଲ ମାଜିଷ୍ଟ୍ରେଟ(ଏସଡିଏମ) ପକ୍ଷରୁ ଏକ ଲିଖିତ ଅଭିଯୋଗ ଆଧାରରେ କମଲନାଥ ଏବଂ ଅନ୍ୟ 8 ଜଣଙ୍କ ବିରୋଧରେ ଦାଟିଆ ଜିଲ୍ଲାର ଭଣ୍ଡର ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଛି ।
ଅଭିଯୋଗ ଅନୁସାରେ, ଆବେଦନକାରୀ ନହର ସିଂ ଯାଦବ, ଜିଲ୍ଲା କଂଗ୍ରେସ ମୁଖ୍ୟ ଅକ୍ଟୋବର 5 ରେ ଭଣ୍ଡାରର ମାଣ୍ଡି ପରିସରରେ ଏକ ବୈଠକ ଆୟୋଜନ ପାଇଁ ଅନୁମତି ମାଗିଥିଲେ । କୋଭିଡ ଗାଇଡଲାଇନ ସହ ଏହି ସମାବେଶରେ 100 ଜଣଙ୍କୁ ଅନୁମତି ଦିଆଯାଇଥିଲା । ତେବେ ସେଠାରେ କମଲନାଥଙ୍କ ପାର୍ଟି ପକ୍ଷରୁ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମକୁ ଖାତିର ନ କରି 2 ହଜାରରୁ 2500 ଲୋକ ଯୋଗ ଦେଇଥିଲେ । ଯାହା କୋଭିଡ ନିୟମ ଓ 144 ଧାରାକୁ ଉଲ୍ଲଙ୍ଘନ କରିଛନ୍ତି ।