ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଛି । ତାଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା ମାମଲାରେ ଅଜିତ ଓ ତାଙ୍କ ପୁଅଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବିରୋଧରେ ଧାରା 306, 34 ଆଧାରରେ ଆତ୍ମହତ୍ୟାକୁ ପ୍ରବର୍ତ୍ତାଇବା ଅଭିଯୋଗ ହୋଇଛି ।
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା - ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ଆତ୍ମହତ୍ୟା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନାମରେ ମାମଲା
ଅଜିତଙ୍କ ବାସଭବନ ‘ମାରବାହୀ ସଦନ’ରେ କାର୍ଯ୍ୟରତ କର୍ମଚାରୀ ସନ୍ତୋଷ କୌଶିକ ଗତ ବୁଧବାର ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ପରେ ମୃତକଙ୍କ ଭାଇ କୃଷ୍ଣ କୁମାର ସାହିତ ସନ୍ତୋଷଙ୍କ ମୃତ୍ୟୁ ପାଇଁ ଅଜିତଙ୍କ ପରିବାରଙ୍କୁ ଦାୟୀ କରିଥିଲେ । ଏପରିକି ଅଜିତଙ୍କ ପରିବାର ତାଙ୍କ ଭାଇଙ୍କୁ ମିଥ୍ୟା କେସରେ ଜେଲ ପଠାଇବାକୁ ଧମକ ଦେଇଥିବା ସେ ପ୍ରକାଶ କରିଥିଲେ । ଯାହାପାଇଁ ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ।