ବେଙ୍ଗାଲୁରୁ: ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଲଗାତାର ଆକ୍ରମଣ ବଢିବାରେ ଲାଗିଛି । ଅନେକ ଜାଗାରେ ଲୋକେ ପରୀକ୍ଷା ପାଇଁ ଆସୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଅଧିକ ଆକ୍ରମଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ବି ଏହି ଆକ୍ରମଣ କମୁ ନାହିଁ ।
ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରେ କର୍ଣ୍ଣାଟକରେ ସମାନ ଘଟଣା ଘଟିଛି । ବିଜୟପୁରା ସିଣ୍ଡାଗୀ ଅଞ୍ଚଳରେ ସ୍ଥାନୀୟ ଲୋକେ ଏହି ଆକ୍ରମଣ କରିଛନ୍ତି । ଆଶାକର୍ମୀ କୋଭିଡ-19 ସର୍ଭେ ପାଇଁ ସେହି ଅଞ୍ଚଳକୁ ଗସ୍ତ କରିଥିଲେ । ଲୋକଙ୍କ ମଧ୍ୟରେ କୋରୋନା ପଜିଟିଭ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ସେମାନେ ଏକ ସର୍ଭେ ଆୟୋଜନ କରିଥିଲେ ।