ଓଡିଶା

odisha

ETV Bharat / bharat

ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ 17 ବିଦେଶୀ ଗିରଫ

ମାର୍ଚ୍ଚ 23ରେ ସେମାନଙ୍କୁ ପୋଲିସ ଧରି କ୍ବାରେଣ୍ଟାଇନରେ ରଖିଥିଲା । ତେବେ ସେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

By

Published : Apr 14, 2020, 11:20 PM IST

ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ 17 ବିଦେଶୀ ଗିରଫ
ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ 17 ବିଦେଶୀ ଗିରଫ

ପାଟନା: ଲକଡାଉନ ସମୟରେ ଭାରତରେ ଅନେକ ବିଦେଶୀ ନାଗରିକ ଫସିଯାଇଛନ୍ତି । ଏମାନଙ୍କ ଭିତରୁ କେତେକ ଅନେକ କିଛି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ କେତେକ ଲୁଚି ରହିଥିଲେ । ସରକାର ସମସ୍ତଙ୍କୁ ଖୋଜି ବାହାର କରିବା ସହ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କୁ ଗିରଫ କରିଛି ।

ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ବିହାରରେ ଏପରି ଘଟଣା ଘଟିଛି । ପାଟନାର ବିଭିନ୍ନ ଜାଗାରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇଥିବା ଅଭିଯୋଗରେ ପୋଲିସ 17 ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଏମାନେ ସମସ୍ତେ କିର୍ଗିସ୍ତାନରୁ ଆସିଥିବା ଜଣାପଡିଛି । ଭିସା ନିୟମ ଓ ଲକଡାଉନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସେମାନଙ୍କୁ ପୋଲିସ ଗିରଫ କରି ମାମଲା ରୁଜୁ କରିଛି ।

ମାର୍ଚ୍ଚ 23ରେ ସେମାନଙ୍କୁ ପୋଲିସ ଧରି କ୍ବାରେଣ୍ଟାଇନରେ ରଖିଥିଲା । ତେବେ ସେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଟୁରିଷ୍ଟ ଭିସାରେ ଆସି ସେମାନେ କିଛି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ । ଫଳରେ ଭିସା ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିଲା ।

ସୌଜନ୍ୟ@ANI

ABOUT THE AUTHOR

...view details