ଓଡିଶା

odisha

ETV Bharat / bharat

ସିଏଏକୁ ବିରୋଧ:150 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ - ଆଲିଗଡ ଓ ଜାମିଆ ଛାତ୍ରଙ୍କ ସମେତ 150 ଜଣଙ୍କ ନାମରେ ମାମଲା

ଶାହା ଜମାଲ ଅଞ୍ଚଳରେ ଗୁରୁବାର ହୋଇଥିବା ସିଏଏ ବିକ୍ଷୋଭରେ ପୋଲିସ 150 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

protest against CAA
ସିଏଏକୁ ବିରୋଧ: ଆଲିଗଡ ଓ ଜାମିଆ ଛାତ୍ରଙ୍କ ସମେତ 150 ଜଣଙ୍କ ନାମରେ ମାମଲା ରୁଜୁ

By

Published : Jan 24, 2020, 2:54 PM IST


ନୂଆଦିଲ୍ଲୀ: ଦିଲ୍ଲୀର ଶାହା ଜମାଲ ଅଞ୍ଚଳରେ ଗୁରୁବାର ହୋଇଥିବା ସିଏଏ ବିକ୍ଷୋଭରେ ସାମିଲ ହୋଇଥିବା 150 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ଓ ଜାମିଆମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ର ରହିଥିବା ଜଣାପଡିଛି ।

ଗୁରୁବାର ଶାହା ଜମାଲ ଅଞ୍ଚଳରେ 144 ଧାରା ଲାଗୁ କରାଯାଇଥିବା ବେଳେ ସେଠାରେ ବିକ୍ଷୋଭ କରାଯାଇଥିଲା । 144 ଧାରା ଅନୁସାରେ ସେ ସ୍ଥାନରେ 4 ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ହେଲେ ସେଠାରେ ଶତାଧିକ ଲୋକ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ABOUT THE AUTHOR

...view details