ଓଡିଶା

odisha

ETV Bharat / bharat

ବିହାର କଂଗ୍ରେସ ଅଧ୍ୟକ୍ଷ ସମେତ 7ଜଣଙ୍କ ବିରୋଧରେ FIR - 7ଜଣଙ୍କ ବିରୋଧରେ FIR

କୋରୋନା ଅବଧିରେ ଚାଲିଥିବା ବିହାର ନିର୍ବାଚନ ମଧ୍ୟରେ କିଛି ନିୟମ ସ୍ଥିର କରାଯାଇଛି କିନ୍ତୁ ଏହାର ଆଚରଣ ବିଧି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି।

ବିହାର କଂଗ୍ରେସ
ବିହାର କଂଗ୍ରେସ

By

Published : Sep 27, 2020, 2:57 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଗୁଡିକ କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି। କୋରୋନା ଅବଧିରେ ଚାଲିଥିବା ନିର୍ବାଚନ ମଧ୍ୟରେ କିଛି ନିୟମ ସ୍ଥିର କରାଯାଇଛି କିନ୍ତୁ ଏହାର ଆଚରଣ ବିଧି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି।

ପାଟନା ବିମାନବନ୍ଦର ପୋଲିସ ଷ୍ଟେସନରେ ବିହାର କଂଗ୍ରେସ ରାଜ୍ୟ ସଭାପତି ମଦନ ମୋହନ ଝାଙ୍କ ସମେତ 7 ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେମାନେ ଭାରତୀୟ ଦଣ୍ଡବିଧି ଆଇନର ଧାରା-144 ଉଲ୍ଲଂଘନ କରି ବିମାନବନ୍ଦର ପରିସର ବାହାରେ ଭିଡ ଜମାଇ କୋରୋନା ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ପାଟନାର ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ମହମ୍ମଦ ସଫିଉଲ୍ଲହା ଖାନଙ୍କ ଦ୍ବାରା ବିମାନବନ୍ଦର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରାଯାଇଛି। ଆଇପିସିର ଧାରା 188, 269, 270 ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ,2005 ଅନୁଯାୟୀ 7 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ କଂଗ୍ରେସ ନେତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମଦନ ମୋହନ ଝା, ସାଂସଦ ଅଖିଳେଶ ସିଂ, ଅଭିନାଶ ପାଣ୍ଡେ, ଅଜୟ କପୁର, ସ୍କ୍ରିନିଂ କମିଟି ସଦସ୍ୟ ଦେବେନ୍ଦ୍ର ଯାଦବ, ମହମ୍ମଦ ନିଜାମୁଦ୍ଦିନ ଏବଂ ଦୀପକ ନେଗି ଅନ୍ତର୍ଭୁକ୍ତ ।

ABOUT THE AUTHOR

...view details