ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଭୟାବହ ଅଗ୍ନିକାଣ୍ଡ । ଏମ୍ସର ଜରୁରୀକାଳୀନ ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଛି ।
ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ
ସର୍ଟସର୍କିଟରୁ ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । 6ଟି ଦମକଳ ବାହିନୀ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ଶେଷଖବର ସୁଦ୍ଧା କୌଣସି ମୃତାହତ ନେଇ ସୂଚନା ନାହିଁ ।
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
ତେବେ ଦିଲ୍ଲୀ ଏମ୍ସର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଶେଷ ଖବର ମୁତାବକ ଦମକଳ ବାହିନୀର 6ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଏମ୍ସର ଟ୍ରମା ସେଣ୍ଟରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।
Last Updated : Aug 17, 2019, 9:31 PM IST