ଓଡିଶା

odisha

ETV Bharat / bharat

ବାବ ରାମଦେବ-ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ - ବାଳକୃଷ୍ଣଙ୍କ ବିରୋଧରେ ଏଫଆଇଆର ରୁଜୁ

ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସଂସ୍ଥାପକ ଯୋଗଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏଫଆଇଆର
ଏଫଆଇଆର

By

Published : Jun 24, 2020, 2:03 PM IST

ଚଣ୍ଡିଗଡ: ପତଞ୍ଜଳୀ ଆୟୁର୍ବେଦ ଲିମିଟେଡର ସଂସ୍ଥାପକ ଯୋଗଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ହରିୟାଣାର ପୋଲିସ ଷ୍ଟେସନରେ ଉଭୟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ଭାରତୀୟ ଆପଦା ସଂହିତାର ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ପଞ୍ଜାବ ଏବଂ ହରିୟାଣା କୋର୍ଟର ଓକିଲ ଶୁଖବିନ୍ଦର ସିଂହ ନାରା ହରିୟାଣା ପୋଲିସ ଡିଜିଙ୍କୁ ଅଭିଯୋଗ ପତ୍ର ଦେଇ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ତାଙ୍କ କମ୍ପାନୀ ବିରୋଧରେ ଏହି ଏଫଆଇଆର ରୁଜୁ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପତଞ୍ଜଳୀ କୋରୋନା ଭାଇରସର ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କୋରୋନିଲ ବାହାର କରିଥିବା ମଙ୍ଗଳବାର ଦାବି କରିଥିଲା । ଏନେଇ ବାବା ରାମଦେବ କହିଥିଲେ, ଦିଲ୍ଲୀଠାରୁ ଆରମ୍ଭ କରି ଦେଶ ଅନେକ ସହରରେ ଆମେ କ୍ଲିନିକାଲ କଣ୍ଟ୍ରୋଲ ପରୀକ୍ଷଣ କରିଛୁ । 100 ରୋଗୀଙ୍କ ଉପରେ ଏହି ପରିକ୍ଷଣ କରାଯାଇଛି । ତେବେ ଏହି ଔଷଧ ଦ୍ବାରା 100 ପ୍ରତିଶତ ରୋଗୀ ଆରୋଗ୍ୟ ହୋଇଥିବା ପରୀକ୍ଷଣରୁ ଜାଣିବାକୁ ମିଳିଛି । ଏଥିରେ କୌଣସି ରୋଗୀଙ୍କର ମୃତ୍ୟୁ ଘଟିନଥିବା ବାବା ରାମଦେବ କହିଥିଲେ ।

ସେ କହିଥିଲେ, 3 ଦିନ ଭିତରେ ପ୍ରାୟ 70 ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ । ଅର୍ଥାତ ପଜିଟିଭରୁ ନେଗେଟିଭ ହୋଇଥିଲେ । 7 ଦିନ ଭିତରେ 100 ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ । ଆମ ଔଷଧର ସୁସ୍ଥ ହାର 100 ପ୍ରତିଶତ ବୋଲି ଦାଦି କରିଥିଲେ ବାବା ରାମଦେବ ।

ସେପଟେ କମ୍ପାନୀ ଦ୍ବାରା ଯାହା ଦାବି କରାଯାଇଛି ତାହାର ସତ୍ୟତା ଏବଂ ବୈଜ୍ଞାନିକ ପରୀକ୍ଷଣକୁ ନେଇଆୟୁଷ ମନ୍ତ୍ରାଳୟ ନିକଟରେ କୌଣସି ସୂଚନା ନଥିବା କୁହାଯାଇଥିଲା। ତେଣୁ କୋରୋନିଲ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଦେଇଥିଲା ମନ୍ତ୍ରାଳୟ । ଅନ୍ୟ ପକ୍ଷରେ ଆମେ ମଞ୍ଜୁରୀ ନେଇ ହିଁ କ୍ଲିନିକାଲ ପରୀକ୍ଷଣ କରିଥିଲୁ ବୋଲି ବାବା ରାମଦେବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details