ନୂଆଦିଲ୍ଲୀ: ପୁଣି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳିଲା ଅନଲାଇନ ସପିଂ ସାଇଟ ଆମାଜନ। ଟଏଲେଟ ସିଟ କଭରରେ ସ୍ବର୍ଣ୍ଣ ମନ୍ଦିର ଫଟୋ ରଖି ଆମେରିକା ସାଇଟରେ ବିକ୍ରି କରୁଥିବାରୁ ଦିଲ୍ଲୀ ପୋଲିସ ଆମାଜନ ବିରୋଧରେ ଆଇପିସି ଧାରା 153A ଆଧାରରେ ମାମଲା ରୁଜୁ କରିଥିବା ଜଣାପଡିଛି ।
ପୁଣି ଧର୍ମୀୟ ଭାବନା ସହ ଖେଳିଲା ଉଦ୍ଧତ ଆମାଜନ - ଟଏଲେଟ ସିଟରେ ସ୍ବର୍ଣ୍ଣ ମନ୍ଦିର
ପୁଣି ଆମାଜନ ବିରୋଧରେ ମାମଲା ରୁଜୁ । ଟଏଲେଟ ସିଟ କଭରରେ ସ୍ବର୍ଣ୍ଣ ମନ୍ଦିର ଫଟୋ ରଖି ଆମେରିକା ସାଇଟରେ ବିକ୍ରି କରୁଥିବାରୁ ଆମାଜନ ବିରୋଧରେ ଆଇପିସି ଧାରା 153A ଆଧାରରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।
ଉଦ୍ଧତ ଆମାଜନ, ପୁଣି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ
ଏଠାରେ ସୂଚନା ଥାଉ ଯେ, ପୂର୍ବରୁ ଆମାଜନ ହିନ୍ଦୁ ଭଗବାନଙ୍କ ଚିତ୍ରକୁ ଟଏଲେଟ ପେପରରେ ଛାପି ଆମେରିକା ୱେବସାଇଟରେ ବିକ୍ରି କରୁଥିଲା । ଯେଉଁଥିପାଇଁ ଭାରତୀୟ ଦଣ୍ଡ ବିଧାନ ଆଇନ 153A ଧାରା ଅନୁଯାୟୀ ଆମାଜନ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହାସହ ହିନ୍ଦୁ ଦେବାଦେବୀଙ୍କ ଫଟୋ ଛପା ପାପୋଛ, ଜୋତା ଅନଲାଇନରେ ବିକ୍ରି କରୁଥିଲା। ଯାହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ଆମାଜନକୁ ବୟକଟ୍ କରିବା ପାଇଁ କ୍ୟାମ୍ପେନ କରିଥିଲେ । ତେବେ ବାରମ୍ବାର ଆମାଜନ ଏପରି କରୁଥିବା ହେତୁ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।