ଓଡିଶା

odisha

ETV Bharat / bharat

ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି କି? ଜାଣନ୍ତୁ ଏହି ଆପ୍ ମାଧ୍ୟମରେ - voter id

ଆପଣଙ୍କ ନାଁ ଭୋଟର ତାଲିକାରେ ଅଛି କି ନାହିଁ ତାହା 'ମିସିଙ୍ଗ ଭୋଟର୍ସ'(Missing Voters) ଆପ ମାଧ୍ୟମରେ ଜାଣି ନିଅନ୍ତୁ । ଏହି ଆପ ବିନା ମୂଲ୍ୟରେ ଗୁଗୁଲ ପ୍ଲେସ ଷ୍ଟୋରରେ ଉପଲବ୍ଧ ରହିଛି । ଯଦି ଭୋଟର ତାଲିକା ସମ୍ବନ୍ଧୀୟ ଆପଣଙ୍କ ଅନ୍ୟ କିଛି ଅସୁବିଧା ଦେଖା ଦେଉଛି ତେବେ ଆପଣ ୮୦୯୯୬୮୩୬୮୩ ଟୋଲ ଫ୍ରି(Toll free) ନମ୍ବରରେ ଫୋନ କରି ନିଜ ଅଭିଯୋଗ କହିପାରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 30, 2019, 6:47 PM IST

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଗଣତନ୍ତ୍ରର ମହାପର୍ବ। ସମଗ୍ର ଦେଶ ଦେବ ଭୋଟ । ବାଛିବେ ନୂଆ ସରକାର । ଅନ୍ୟପକ୍ଷରେ ଭୋଟ ଦେବା ପାଇଁ ଯୋଗ୍ୟ ମତଦାତାଙ୍କ ନାଁ ଭୋଟର ତାଲିକାରେ ରହିବା ଆବଶ୍ୟକ । ଭୋଟ ଦେବା ପାଇଁ ଭୋଟର ପରିଚୟ ପତ୍ର ଅପରିହାର୍ଯ୍ୟ ନୁହେଁ । କିନ୍ତୁ ଭୋଟର ତାଲିକାରେ ଆପଣଙ୍କ ନାଁ ରହିବା ଆବଶ୍ୟକ ।

ପରିଚୟ ପତ୍ର ଥିଲେ ମଧ୍ୟ ତାଲିକାରେ ନାଁ ନରହିଲେ ଆପଣ ଭୋଟ ଦେଇପାରିବେ ନାହିଁ । ତେଣୁ ଆପଣଙ୍କ ନାଁ ଭୋଟର ତାଲିକାରେ ଅଛି କି ନାହିଁ ତାହା 'ମିସିଙ୍ଗ ଭୋଟର'(Missing Voters) ଆପ୍ ମାଧ୍ୟମରେ ଜାଣିନିଅନ୍ତୁ । ଏହି ଆପ ବିନା ମୂଲ୍ୟରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଯଦି ଭୋଟର ତାଲିକା ସମ୍ବନ୍ଧୀୟ ଆପଣଙ୍କର ଅନ୍ୟ କିଛି ଅସୁବିଧା ଦେଖାଦେଉଛି ତେବେ ଆପଣ ୮୦୯୯୬୮୩୬୮୩ ଟୋଲ ଫ୍ରି(Toll free) ନମ୍ବରରେ ଫୋନ କରି ନିଜ ଅଭିଯୋଗ କହିପାରିବେ ।


କିପରି ଆକ୍ଟିଭ କରିବେ ଏହି ଆପ୍ ?
ପ୍ରଥମେ ଆପଣ ନିଜ ଫୋନ ନମ୍ବର ଦ୍ବାରା ଏହି ଆପରେ ରେଜିଷ୍ଟ୍ରେସନ କରନ୍ତୁ । ପରେ ଆପଣଙ୍କ ଫୋନରେ ଅଲଟାଇମ ପାସୱାର୍ଡ ଆସିବ । ତାହାକୁ ଟାଇପ କରି ସବମିଟ୍ କରିବା ପରେ ଏକ ନୂଆ ପେଜ ଖୋଲିବ। ସେଠାରେ ରେଜିଷ୍ଟ୍ରେସନ ପାଇଁ ଆପଣଙ୍କ ନାଁ, ପାସୱାର୍ଡ, ଫୋନ ନମ୍ବର, ରାଜ୍ୟ , ଲୋକସଭା ଆସନର ନାଁ ଓ ବିଧାନସଭା ଆସନର ନାଁ ରହିବ ।

ଏହା ପରେ ଆପଣଙ୍କୁ ଅନ୍ୟ ଏକ ପେଜରେ ଅନୁଚ୍ଛେଦ, ଭୋଟର ତାଲିକା ପାଇଁ ଆବେଦନ, ପୋଲିଂ ବୁଥ ଅନୁଯାୟୀ ନାଁ ନଥିବା ଥିବା ମତଦାତା, ରାସ୍ତାର ନାଁ ଅନୁଯାୟୀ ନାଁ ନଥିବା ମତଦାତା, ଆବେଦନର ବର୍ତ୍ତମାନ ଅବସ୍ଥା, ଭୋଟର ପରିଚୟ ପତ୍ର ପାଇଁ ଅନୁସନ୍ଧାନ, ନିର୍ବାଚନ କମିଶନରର ୱେବସାଇଟରୁ ଭୋଟର ପରିଚୟ ଖୋଜିବା, ରୋଜଗାର, ଦଳ, ଦଳର ନେତା ଓ ସିଧାସଳଖ ଚାଟ କରିବା ସହ ଅନ୍ୟକିଛି ବ୍ୟବସ୍ଥା ରହିଛି । ଏହି ତାଲିକାରୁ ଆପଣ ଜାଣି ପାରିବେ ଆପଣଙ୍କ ନାଁ ଭୋଟର ତାଲିକାରେ ଅଛି ନା ନାହିଁ ।

ABOUT THE AUTHOR

...view details