ଓଡିଶା

odisha

ETV Bharat / bharat

ସ୍ବଦେଶୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ କ’ଣ କହିଲେ DRDO ମୁଖ୍ୟ ? - ସ୍ବଦେଶୀ କ୍ଷେପଣାସ୍ତ୍ର

ନିକଟ ଅତିତରେ ବିଭିନ୍ନ ସ୍ବଦେଶୀ କ୍ଷେପଣାସ୍ତ୍ର ଗୁଡିକର ସଫଳ ପରୀକ୍ଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଜି ସତିଶ ରେଡ୍ଡୀ । ଅଧିକ ପଢନ୍ତୁ...

ସ୍ବଦେଶୀ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣକୁ ନେଇ ଜଣାନ୍ତୁ କଣ କହିଲେ DRDO ମୁଖ୍ୟ
ସ୍ବଦେଶୀ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣକୁ ନେଇ ଜଣାନ୍ତୁ କଣ କହିଲେ DRDO ମୁଖ୍ୟ

By

Published : Oct 14, 2020, 11:44 AM IST

Updated : Oct 14, 2020, 12:18 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବିଭିନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଗୋଟିଏ ପରେ ଗୋଟିଏ ସଫଳତା ରଚିଚାଲିଛି ଭାରତୀୟ ପ୍ରତିରକ୍ଷା ଓ ଅନସନ୍ଧାନ ସଂସ୍ଥା (ଡିଆରଡିଓ) । ଏହି ମଧ୍ୟରେ ଡିଆରଡିଓ ଅନେକ କିଛି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରି ବିଶ୍ବକୁ ଦେଖାଇଛି ଏହାର ପରାକ୍ରମ । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତିଶ ରେଡ୍ଡୀ ।

ଅକ୍ଟୋବର 5 ରେ ହୋଇଥିବା ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣକୁ ନେଇ ସତିଶ କହିଛନ୍ତି, ଏହା ସିଷ୍ଟମ ସମ୍ପୂର୍ଣ୍ଣ ପ୍ରମାଣିତ ହେବା ସହ ସଶସ୍ତ୍ର ବାହିନୀରେ ସାମିଲ ହେବା ପରେ ଏହା ନୌସେନାର ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବ ।

ସେହିପରି ରୁଦ୍ରମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣକୁ ନେଇ ସେ କହିଛନ୍ତି ଯେ, ଏହା ଏକ ବିମାନରୁ ଉତକ୍ଷେପଣ ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର | ଏହି ସ୍ବଦେଶୀ ମିସାଇଲ କୌଣସି ବି ପ୍ରକାର ସିଗନାଲ୍ ତଥା ରେଡିଏସନକୁ ଟ୍ରାକ କରିବା ସହ ଏହାକୁ ନିଜ ରାଡାରକୁ ଆଣି ନଷ୍ଟ କରିବାର କ୍ଷମତା ରଖିଛି ।

ରେଡ୍ଡୀ କହିଛନ୍ତି, ବିଭିନ୍ନ ପରିସ୍ଥିତିରେ ସଂପୂର୍ଣ୍ଣ ସିଷ୍ଟମ ଟେକ୍ନୋଲୋଜି ପ୍ରମାଣ କରିବାକୁ ଆମକୁ ଆହୁରି ଦୁଇଟି ପରୀକ୍ଷା କରିବାକୁ ପଡିବ | ଥରେ ଏହା ବାୟୁସେନାରେ ସାମିଲ ହେବା ପରେ ଟାର୍ଗେଟ ନଷ୍ଟ କରିବା ସହ ବାୟୁସେନାକୁ ଆହୁରି ମଜବୁତ କରିବ ।

Last Updated : Oct 14, 2020, 12:18 PM IST

ABOUT THE AUTHOR

...view details